Tuesday, September 21, 2021
Google search engine
Homeଜିଲ୍ଲା ଖବରକରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ

କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୧୫/୦୯) : କନ୍ଧମାଳ ଜିଲ୍ଲାରେ ସର୍ବସାଧାରଣ ଦୈନିକ ଖବର କାଗଜରେ କରିଥିବା କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରା କୋଭିଡ ସଂକ୍ରମିତ ହୋଇ ୨୦ ମେ ୨୦୧୧ ରେ ଫୁଲବାଣୀ କୋଭିଡ ମେଡିକାଲରେ ଭର୍ତି ହୋଇ ଚିକିତ୍ସା ଅବସ୍ଥାରେ ୨୩ ମେ ୨୦୧୧ ରେ ମୃତ୍ୟୁ ବରଣ କରିଥିଲେ ।

ରାଜ୍ୟ ସରକାର ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାସହ ମୃତ ସାମ୍ବାଦିକମାନଙ୍କ ପରିବାର କୁ ୧୫ ଲକ୍ଷ ଟଙ୍କା ଅନୁଲମ୍ପା ରାଶି ଦେବାପାଇଁ ଘୋଷଣା କରିଥିଲେ । ସେହି ମୁତାବକ ଆଜି କନ୍ଧମାଳ ଜିଲାପାଳ ଡାକ୍ତର ବୃନ୍ଦା ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବଂଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପତ୍ନୀ କମଳିନୀ ନାୟକଙ୍କୁ ୧୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଅପାତକାଳୀନ ଅଧିକାରୀ ପ୍ରଦୁନ୍ୟ ମଣ୍ଡଳ ଓ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ନୀଳ ପ୍ରତିକ୍ରିୟାରେ କମଳିନୀ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ଆର୍ଥିକ ସହାୟତା ଦ୍ୱାରା ପିଲାମାନଙ୍କ ଭବିଷ୍ୟତ ତଥା ଶିକ୍ଷାରେ ସହାୟକ ହେବ । ଏହା ସହିତ ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଏବଂ ସହାୟତା ପାଇଁ ମଧ୍ୟ କୃତଜ୍ଞତା ପ୍ରକାଶ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments