Thursday, March 28, 2024

Top 5 This Week

Related Posts

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ବଡ଼ ଅଫିସର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର,(୧୪/୯) : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ବଡ଼ ଅଫିସର | ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ ଅଧିସ୍ଥନ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ ଚାକିରୀ ଚୁକ୍ତି ବୃଦ୍ଧି କରିବାକୁ ୧୬ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ସୂଚନା ପାଇ ଛପି ରହିଥିବା ସୋନପୁର ଭିଜିଲାନ୍ସ ଟିମ ଡାକ୍ତର ଙ୍କୁ କାବୁ କରିଥିଲେ |

ଏହା ସହିତ ଡାକ୍ତରଙ୍କ ସୁବର୍ଣ୍ଣପୁର ସ୍ଥିତ ସରକାରୀ ବାସଭବନ, ଡୁଙ୍ଗୁରିପାଲି ବାସଭବନ ଓ ନିଜ ପୈତୃକ ଘର କନ୍ଧମାଳରେ ଥିବା ଘରେ ମଧ୍ୟ ଏକ ସମୟରେ ଚଢଉ ଜାରି ରଖିଥିବା ବେଳେ ଡାକ୍ତରଙ୍କୁ ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ରଖି ଅଧିକ ଅନୁସନ୍ଧାନ ଜାରୀ ରଖିଥିବା ସୂଚନା ଦେଇଛନ୍ତି ସୋନପୁର ଭିଜିଲାନ୍ସ ବିଭାଗ l ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗୋଟାଏ ବଡ଼ ଅଫିସର ଧରା ପଡିବା ଘଟଣା ଜ଼ିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହ ତାଙ୍କୁ ଗିରଫ କରିଛିନ୍ତି |

Popular Articles