କୂଅ ଭିତର କୁ କଇଁଛ ଧରିବାକୁ ଯାଇ ଅଣନିଶ୍ୱାସୀ ହୋଇ ବାପା, ପୁଅ ଓ ଜ୍ୱାଇଁ ମୃତ

0
215

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୪/୯) : ବିନିକା ବ୍ଲକ କୁଇବାହାଲ ଗ୍ରାମ ପଞ୍ଚାୟତ ଆନନ୍ଦପୁର ଗ୍ରାମ ରେ ଏକ କୂଅ ଭିତରେ କଇଁଛ ଥିବା ଦେଖି ତାକୁ ଧରି ଆଣିବାକୁ ଯାଇ କୂଅ ଭିତର କୁ ବାପା – ସାଧୁ କାଳସେ , ପୁଅ – ଆଲୋକ କାଳସେ ଓ ଜ୍ୱାଇଁ – ନବୀନ ମଟାରୀ ଜଣକ ପରେ ଜଣେ କୂଅ ଭିତରକୁ କଇଁଛ ଧରିବାକୁ ଯାଇଥିଲେ ।

କିନ୍ତୁ କୂଅ ଭିତରେ ଅଣ ନିଶ୍ୱାସୀ ହୋଇ ବାପା, ପୁଅ ଓ ଜ୍ୱାଇଁର ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳ କୁ ବିନିକା ଦମକଳ ବାହିନୀ ଯାଇ କୂଅ ଭିତର କୁ  ଯାଇ କୂଅ ଭିତରୁ ସମସ୍ତ ଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତର ଦେଖିବା ମାତ୍ରେ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ରାମପୁର ପୁଲିସ ଅପମୃତ୍ୟୁ ମକଦ୍ଦମା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛନ୍ତି ।