ଆଦିବାସୀଙ୍କ ଜମି ଚଞ୍ଚକତା କରିବା ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଦିବାସୀ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

0
177

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୪/୦୯) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମୁରିବାହଲ ତହସିଲ ରେ ଖୋଲାଖୋଲି ବିଭାଗୀୟ ଅଧିକାରୀ ଜଣେ ଆଦିବାସୀ ଯିଏକି ଜାତିରେ କନ୍ଧ ତାଙ୍କ ଅଜାଣତ ରେ ମାନ୍ୟବର ଭାରତୀୟ ଦଣ୍ଡ ବିଧାନ ନିୟମ ର ଖିଲାପ କରି ଆଦିବାସୀଙ୍କ ଜମି ଚଞ୍ଚକତା କରି ଭିନ୍ନ ଜାତିର ବ୍ୟକ୍ତି ଙ୍କ ନାମରେ ନାମିତ କରିଦେଇଥିବା ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ତରଫରୁ ଲିଖିତ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ତହସିଲ ଅଧିନସ୍ଥ ଘଣ୍ଟବାହାଲି ଗ୍ରାମ ର ହାତୀରାମ ମାଝୀ ତାଙ୍କ ଜମି ଖାତା ନମ୍ବର ୬୪ ,ପ୍ଲଟ ନଂ-୩୫୮,୨୩୦,୧୧୪,୧୧୩,ଓ ୨୦୨,୫୦୮ ତାଙ୍କ ପିତୃ ଅର୍ଜିତ ନିଜସ୍ୱ ଜମି ହୋଇଥିବା ବେଳେ ଉକ୍ତ ଜମି କୁ ତାଙ୍କ ଅଜାଣତରେ ଉକ୍ତ ଗ୍ରାମର ନୀଳ ସିକା ଓ ରୋଜିନା ସିକା ନାମକ ଗୌଡ଼ ଜାତି ର ଉକ୍ତ ଦୁଇ ନାମରେ ଆଦିବାସୀଙ୍କ ଜମି ଚଞ୍ଚକତା କରି ନାମିତ କରିଦିଆଯାଇଛି ।

ସରକାରୀ ଭାବେ ଭିନ୍ନ ଜାତିର ଲୋକ ଙ୍କୁ ଆଇନ ର ଖିଲାପ କରି ଏପରି ଜମି ହସ୍ତାନ୍ତର କରିଦିଆଯିବା ନେଇ ହାତୀରାମ ମାଝୀ ଜାଣି ଦାଖଲ ଖାରଜ ନାମା ସଂଖ୍ୟା ୫୧୪/୧୭ ଅନୁଯାୟୀ ଡିଗ୍ରୀ ହାସଲ କରିଛନ୍ତି । ସରକାରୀ ଭାବେ ଏହି ଜମି ମୁରିବାହାଲ ତହସିଲଦାର ସୋନାଲି ପାତ୍ର,କିରାଣୀ ପ୍ରଶାନ୍ତ ମେହେର,ଆର ଆଇ ହିମାଂଶୁ ମେହେର ଚଞ୍ଚକତା କରି ଅର୍ଥ କାରବାର କରିଥିବା ଅଭିଯୋଗ ହୋଇଛି । ନିର୍ଯ୍ୟାତନା ନିବାରଣ ଅଧିନିୟମ ୧୯୮୯ ସଂଖ୍ୟା ୩୩ ଅନୁଯାୟୀ ଦଣ୍ଡବିଧାନ କରାଯିବା ପାଇଁ ସମସ୍ତ ଉଚ୍ଚ ପଦାଧିକାରୀ ଙ୍କ ନିକଟରେ ତଥା ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଡାକ ଯୋଗେ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରାଯାଇଛି ।

ସେହିପରି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଓ ଏହି ମୁରିବାହାଲ ତହସିଲ ଅଞ୍ଚଳରେ ଏପରି ସଂଖ୍ୟାଧିକ ମାମଲା ଲୋକ ଲୋଚନ କୁ ଆସୁଥିବା ନେଇ ପଶ୍ଚିମ ଓଡିଶା ଆଦିବାସୀ ସଂଘ ପକ୍ଷରୁ ବିସିକେସନ ଜାନି ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।