Friday, March 29, 2024

Top 5 This Week

Related Posts

ପାଠ ପଢ଼ାରେ ଡୋରି ବାନ୍ଧିବେ କି ମେଧାବୀ ବାପ ଛେଉଣ୍ଡ ତରୁଣ ?

ରିପୋର୍ଟ : ସୁଶାନ୍ତ ବେହେରା
ବୋୖଦ୍ଧ,(୧୫/୦୯) : ପାଠ ପଢ଼ାରେ ଡୋରି ବାନ୍ଧିବେ କି ମେଧାବୀ ବାପ ଛେଉଣ୍ଡ ତରୁଣ ? ବୋୖଦ୍ଧଜିଲ୍ଲା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ବେତ୍ରସାହି ଗ୍ରାମର ତରୁଣ ମେହେର ମୁଣ୍ଡିପଦର ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢି ଆସୁଥିଲେ । ମେଧାବୀ ଛାତ୍ର ତରୁଣ ମେହେର ୩୪୩ ମାର୍କ ରଖି ପାଶ କରିଛନ୍ତି ।

ସେ କଲେଜ ପାଠ ପଢିବା ପାଇଁ ଅନଲାଇନ ଫର୍ମ ପକାଇଥିଲେ । ତରୁଣ ମେହେରଙ୍କ ପ୍ରଥମ ଲିଷ୍ଟ ବାହାରିଥିବା ବେଳେ ତାଙ୍କପାଖରେ ଆଡ଼ମିଶନ କରିବା ଅର୍ଥରାଶି ନଥିବା ହେତୁ ସେ କଲେଜ ପାଠ ପଢ଼ାରେ ଆଡ଼ମିଶନ କରିପାରିବେ ନାହିଁ । ତରୁଣ ମେହେରଙ୍କ ବାପା ଯୁଧିଷ୍ଠିର ମେହେର ଆଜିକୁ ୫ ବର୍ଷ ହେବ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବରଣ କରିବା ଦ୍ୱାରା ତାଙ୍କ ସ୍ତ୍ରୀ ଖୁଳନା ମେହେର ଧାରକରଜ କରି ଶୁଦ୍ଧିକ୍ରିୟା କରିଥିଲେ ଏହିଭଳି ତାଙ୍କର ଝିଅ ହରିପ୍ରିୟା ମେହେରଙ୍କୁ ଜମି ବନ୍ଧକ କରି ବିବାହ କରିଥିଲେ ।

ତରୁଣ ମେହେରଙ୍କ ପାଠ ପଢିବାପାଇଁ ସମ୍ବଳ ନ ଥିବା ହେତୁ ସେ ପାଠ ପଢିବା ବୟସରେ ସେ ଅନ୍ୟ ଏକ ଘରେ ଲୁଗାବୁଣା କାମ ଶିଖୁଛନ୍ତି । ଯଦି କୌଣସି ବ୍ୟକ୍ତି କିମ୍ବା ସରକାର ଅର୍ଥରାଶି ସହାୟତା କରନ୍ତି ବାପା ଛେଉଣ୍ଡ ଛୁଆକୁ ସେ ପାଠ ପଢିବେ ବୋଲି କହୁଛନ୍ତି ।

Popular Articles