Tuesday, September 21, 2021
Google search engine
HomeBreaking Newsହରଭଙ୍ଗା ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଯୋଗାଯୋଗ ବିଛିନ୍ନ ସହ ବ୍ୟାପକ ଫସଲ ହାନି

ହରଭଙ୍ଗା ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଯୋଗାଯୋଗ ବିଛିନ୍ନ ସହ ବ୍ୟାପକ ଫସଲ ହାନି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୧୫/୦୯) : ତିନିଦିନ ଧରି ହରଭଙ୍ଗା ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୌଦ୍ଧ ଜିଲ୍ଲା ର ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି | ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକର ମହାନଦୀ କୂଳବର୍ତ୍ତୀ ଅଞ୍ଚଳ କରଡ଼ି, ହାଟ ଗାଁ, ସାମ୍ପୋଚ, ପ୍ରଗଳପୁର, ରାମଗଡ, ଧଳପୁର, ବୁଢୀକଣ, ପାଣିଘରା, ହରଭଙ୍ଗା, ତୀରଡ଼, କୁଶlସିଙ୍ଗା, ମାରଡ଼ା ଇତ୍ୟାଦି ଅଞ୍ଚଳ ଗୁଡିକ ଦୁଇଦିନ ଧରି ଜଳମଗ୍ନ ଅବସ୍ଥାରେ ଅଛି |

ମାରଡ଼ା ଗାଁ ଟି ଦୁଇଦିନ ହେଲା ବହୁତ ପାଣି ଘେରରେ ଥିଲେ ମଧ୍ୟ ସରକାରୀ ସାହାଯ୍ୟ ପାଇପାରିନାହିଁ | ସେହିଭଳି ଧଳପୁର ଠାରୁ ହରଭଙ୍ଗା ବ୍ଲକରେ ଜଗନ୍ନାଥ ସଡ଼କ ଜନମଗ୍ନ ହେବା ଦ୍ୱାରା ଯୋଗାଯୋଗ ବିଛିନ୍ନ ହୋଇଯାଇଛି | ବହୁ ରାସ୍ତା ର ପୋଲଗୁଡିକ ଧୋଇନେଇ ରାସ୍ତା ଉପରେ ପାଣି ଚାଲୁଛି | ହରଭଙ୍ଗା ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ର ଚାଷୀକୂଳ ସମ୍ପୂର୍ଣ୍ଣ ମାତ୍ରାରେ ଭାଙ୍ଗି ପଡିଛନ୍ତି | କାରଣ ବର୍ଷା ଅଭାବ ରୁ ମରୁଡି ପ୍ରଭାବ ଥିବା ଫଳରେ କିଛି ଜାଗାରେ ଚାଷୀ ଚାଷ କାର୍ଯ୍ୟ କରିଥିଲା | ପାଣି ଅଭାବରୁ ବାକିଥିବା ପଡିଆ ଜମିରେ ରବି ଜାତୀୟ ଫସଲ ଆଗୁଆ କରିଥିବାରୁ ଏହି ଲଗାଣ ବର୍ଷା ସବୁ ଫସଲ ନଷ୍ଟ କରିଦେଲା |

ତାସହିତ କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି | ହରଭଙ୍ଗା ପଞ୍ଚାୟତର ହାଡୁ୍ଦନାୟକ, ଶିବ ସେଠି, ରବୀନ୍ଦ୍ର ପ୍ରଧାନ, କୁସଙ୍ଗ ପଞ୍ଚାୟତ ମହୁଲ ଦର ଗାଁ ର ନାରଣ ବାରିକ, ରାମଗଡ ପଞ୍ଚାୟତ କୋଇଲିସୂତା ଗାଁ ର ବିକଳାଙ୍ଗ ଶମ୍ଭୁ ସେଠି, ତିଲେଶ୍ୱର ପଞ୍ଚାୟତ ଖଜୁରିଆ ଗାଁ ର ଖଗେଶ୍ୱର ଦଳବେହେରା ଆଦି ଲୋକଙ୍କ ଘର ଭାଙ୍ଗିବା ସହିତ କେତେକ ଙ୍କ କାନ୍ଥ ଭାଙ୍ଗି ଯାଇଛି |

ତୁରନ୍ତ ଏହି ଅଞ୍ଚଳ ଗୁଡିକୁ ପ୍ରଶାସନ ପରିଦର୍ଶନ କରି କ୍ଷୟ କ୍ଷତି ହୋଇଥିବା ସାଧାରଣ ଜନତା ଙ୍କ କ୍ଷତି ପୂରଣ କରିବା ଦରକାର ବୋଲି ହରଭଙ୍ଗା ବ୍ଲକ ବାସି ଦାବି କରିଛନ୍ତି |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments