ରାୟଗଡା ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
237

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,(୧୪/୦୯) : ରାୟଗଡା ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ତଥା ଜିଲ୍ଲା ପ୍ରଭାରୀ ବବିତା ପାତ୍ରଙ୍କ ନେତୃତ୍ୱରେ ବିବୃତି ଦିଆଯାଇଥିଲା । ମହିଳା ମୋର୍ଚ୍ଚା ସବୁବେଳେ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା, ଶିକ୍ଷା, ଅପପୃଷ୍ଠି, ସଶକ୍ତିକରଣ ଉପରେ ଆନ୍ଦୋଳନ ଜାରି ରଖିଛି ବୋଲି ଶ୍ରୀମତୀ ପାତ୍ର କହିଛନ୍ତି ।

ରାୟଗଡା ଜିଲ୍ଲା ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା କହିଛନ୍ତି ଯେ,ରାଜ୍ୟରେ ଏକ ନମ୍ବର ବୋଲାଉଥିବା ମୁଖ୍ୟମନ୍ତ୍ରୀ ମହିଳାଙ୍କ କ୍ଷେତ୍ରରେ ଫେଲ ମାରିଛନ୍ତି । ରାଜ୍ୟରେ ମହିଳା ଶିକ୍ଷିତ ହାର ଅତି ଦୟନୀୟ ଅଟେ ଯାହାକି ୬୫% ମହିଳା ମଧ୍ୟ ଶିକ୍ଷିତ ନାହାନ୍ତି । ସେହିଭଳି ଶିଶୁ ମୃତ୍ୟୁହାର ୨୦୧୬/୧୭ ର ପରିସଂଖ୍ୟାନ ଅନୁସାରେ ପ୍ରତି ହଜାର ଶିଶୁଙ୍କ ମଧ୍ୟରେ ୩୫ ଥିଲା ଏବେ ତାହା ବଢିଯାଇ ୪୦ ରେ ପହଞ୍ଚିଛି ଯାହାକି ଅତି ଦୁଃଖଦ ଅଟେ ।

ସେହିଭଳି ପ୍ରାୟ ସବୁବେଳେ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କ କଥା ଅତି ବିଷମ । କାରଣ ଏଠି ଜନନୀ ଏକ୍ସପ୍ରେସ ବଦଳରେ ଖଟିଆ ଏକ୍ସପ୍ରେସ ଅଧିକ ଚାଲୁଛି ଯାହାକି ସବୁବେଳେ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି । ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଗାରଟି ବ୍ଲକ ପାଇଁ ମାତ୍ର ଏଗାରଟି ଜନନୀ ଏକ୍ସପ୍ରେସ ରହିଛି ପ୍ରତି ଦୁଇ ଲକ୍ଷ ମହିଳା ମାନଙ୍କ ମଧ୍ୟରେ ଦୁଇ ଲକ୍ଷ ଅପପୃଷ୍ଠିର ଶିକାର ହେଉଛନ୍ତି ଓ ମୃତ୍ୟୁ ମୁଖରେ ପଡୁଛନ୍ତି ।

ତେଣୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି ୨୨ ବର୍ଷ ଶାସନ କାଳରେ ଏହାହିଁ ବିକାଶ କି ? ଏହି ଉପରେ ସ୍ପଷ୍ଟୀକରଣ ରଖିବାକୁ ଦାବିକରିଛି ମହିଳା ମୋର୍ଚ୍ଚା । ସେହିଭଳି କରନା ତୃତୀୟ ଲହରରେ ଶିଶୁଙ୍କ ପ୍ରତି ଅତି ବିପଦ ରହିଥିବା ରାଜ୍ୟ ସରକାର ଘୋଷଣା କରିଥିବା ବେଳେ, ଶିଶୁଙ୍କ ଚିକିତ୍ସା ପାଇଁ ଅତି ଆଧୁନିକ ସରଞ୍ଜାମ ନାହିଁ, ଏପରିକି ଗର୍ଭବତୀ ମହିଳାଙ୍କ ପାଇଁ ଜିଲ୍ଲାରେ ଜଣେ ହେଲେ ଅନସ୍ଥସିଆ ଡାକ୍ତର ନାହାନ୍ତି ଯାହାକି ଅନ୍ୟ ଜାଗାରୁ ଆଣି ଭରପାଇ କରାଯାଉଥିବା ଜଣାପଡିଛି ।

ଆଜି ମଧ୍ୟ ଜିଲ୍ଲାରେ ବାଲ୍ୟବିବାହ ସମ୍ପୂର୍ଣ ରୂପରେ ବନ୍ଦ ହୋଇପାରିନି ତାକୁ ରୋକିବାକୁ ସରକାର ଚେଷ୍ଟା କରନ୍ତୁ, ମିଛ ବାହାବା ନେବା ଛାଡିଦିଅନ୍ତୁ | ୨୨ ବର୍ଷ ଶାସନରେ ମହିଳା ସବୁଠୁ ଅଧିକ ନିଷ୍ପେସିତ ହେଇଛନ୍ତି ତେଣୁ ଏହାର ସମାଧନ କରା ନ ଗଲେ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ।

ଏହି ସମ୍ମିଳନୀ ରେ ଜିଲ୍ଲାର ମହିଳା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ସମ୍ପାଦିକା ପିଙ୍କି ମହାପାତ୍ର, ଉପସଭାନେତ୍ରି ଧର୍ମିଷ୍ଠା ସାମନ୍ତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।