Friday, March 29, 2024

Top 5 This Week

Related Posts

ଇମ୍ଫା କାରଖାନା ସମ୍ମିଳନୀ କକ୍ଷରେ ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସଂଯୋଗ ଓ ସମନ୍ନୟ ସମ୍ମିଳନୀ

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡ଼ା,ଥେରୁବାଲି,ତା.(୧୪/୦୯) : ରାୟଗଡ଼ା ଜିଲ୍ଲାର ଥେରୁବାଲି ସ୍ଥିତ ଇମ୍ଫା କାରଖାନା ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ତରଫରୁ ଏକ କ୍ଷୁଦ୍ର, ମଧ୍ୟମ, ବୃହତ ଶିଳ୍ପ ସ୍ତରୀୟ ସଯୋଂଗ ଓ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 09 15 at 7.54.14 AM ଇମ୍ଫା କାରଖାନା ସମ୍ମିଳନୀ କକ୍ଷରେ ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସଂଯୋଗ ଓ ସମନ୍ନୟ ସମ୍ମିଳନୀ

ଇମ୍ଫା କାରଖାନା ସମ୍ମିଳନୀ କକ୍ଷରେ ରାୟଗଡା ଓ ଆଖପାଖ ଅଞ୍ଚଳର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ଦ୍ୟୋଗି ମାନେ ଅଶଂଗ୍ରହଣ କରିଥିଲେ । ଏହି ସମ୍ମିଳନୀକୁ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ । ରାୟଗଡା ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହା ପ୍ରବନ୍ଧକ ଶ୍ରୀ ବିକାଶ ଚନ୍ଦ୍ର ବାଇନ୍ ସମ୍ମିଳନୀଟିକୁ ସଂଯୋଜନା କରିବା ସହିତ ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ସମନ୍ନୟ ରକ୍ଷା କରିବାରେ ଆମେ ସଦା ଶର୍ବଦା ଅଙ୍ଗିକାର ବଦ୍ଧ ବୋଲି ପ୍ରକାଶ କରିଥିଲେ ।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ସମ୍ମିଳନୀର ଅଧ୍ୟକ୍ଷ, ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ଓ ସହଯୋଗ କରି ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କର ଉନ୍ନତି ହେଲେ ଲୋକଙ୍କର ମୁଣ୍ଡପିଛା ଆୟ ବଢିବା ସହିତ ବେରୋଜଗାରୀ ଦୂର ହୋଇ ପାରିବ ଏବଂ ଆଜିର ଯୁବ ଶକ୍ତି ପାଇଁ ଏହା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ ।

ଏହି ସମ୍ମିଳନୀର ସହ ଅଧ୍ୟକ୍ଷ ତଥା ଇମ୍ଫାର ଉପ ସଭାପତି (ଉତ୍ପାଦନ) ଶ୍ରୀ କେ ଭେକଂଟେଶ୍ବର ରାଓ କ୍ଷୁଦ୍ର ଶିଳ୍ପର ପ୍ରତିନିଧି ମାନେ ସମୟାନୁକ୍ରମେ କାରଖାନାକୁ ଆସି ବୃହତ ଶିଳ୍ପର ଚାହିଦା ଏବଂ ଗୁଣାତ୍ମକ ବିଷୟରେ ବୁଝାବୁଝି କରି ସମନ୍ୱୟ ରକ୍ଷା କରିପାରିଲେ ସମସ୍ତଙ୍କର ଉନ୍ନତି ହେବ ଏବଂ ଇମ୍ଫା ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଆହ୍ବାନ ଦେଇଥିଲେ ।

ଉକ୍ତ ସମ୍ମିଳନୀରେ ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ଶ୍ରୀ ଏ ଗୋବିନ୍ଦ ରାଓ ଓ ଅଗ୍ରଣୀ ବ୍ଯାଙ୍କର ମୁଖ୍ୟ ପରିଚାଳକ ଶ୍ରୀ ଧିରେନ୍ଦ୍ର ବିହାରୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଶ୍ରୀ ସୌମିତ୍ର ପଟ୍ଟନାଏକ ଏବଂ ଶ୍ରୀ ଶିବଲାଲ୍ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଉପ ମହାପ୍ରଭନ୍ଧକ ( ବ୍ୟବସାୟିକ ) ଶ୍ରୀ ବିଭୁତି ଭୁଷଣ ପଟ୍ଟନାଏକ ଇମ୍ଫାର ଆଵଶ୍ୟକତା ବିଷୟରେ ସମସ୍ତଙ୍କୁ ବୁଝାଇ ଥିଲେ । ଇମ୍ଫାର ଉପ ମହା ପ୍ରବନ୍ଧକ ( ମାନବ ସଂବଳ ଓ ପ୍ରଶାସନ) ଶ୍ରୀ କଲୋଳ କୁମାର ନାୟକଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରା ଯାଇଥିଲା । ସମ୍ମିଳନୀରେ ଇମ୍ଫାର ଆଵଶ୍ୟକତା ସହିତ କ୍ଷୁଦ୍ର ଶିଳ୍ପ ମାନଙ୍କର ଆଲୋଚନା ଖୋଲାଖୋଲି ଓ ପ୍ରାଞ୍ଜଳ ଭାବରେ ହୋଇଥିଲା ଏବଂ ଉପସ୍ଥିତ ଅତିଥି ମାନେ ଏହାକୁ ପ୍ରଶଂସା କରିଥିଲେ । ଶେଷରେ ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles