Tuesday, September 21, 2021
Google search engine
Homeଜିଲ୍ଲା ଖବରମଣିଷ ଭିତରେ ମଣିଷ ଟିଏ ହୋଇପାରି ଥିବା ଶ୍ରୀଯୁକ୍ତ ଘାସି ରାମ ସାହୁ ଙ୍କ ବିୟୋଗ...

ମଣିଷ ଭିତରେ ମଣିଷ ଟିଏ ହୋଇପାରି ଥିବା ଶ୍ରୀଯୁକ୍ତ ଘାସି ରାମ ସାହୁ ଙ୍କ ବିୟୋଗ ନେଇ ଶୋକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୫/୦୯) : ମଣିଷ ଭିତରେ ମଣିଷ ଟିଏ ହୋଇ ପାରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଶ୍ରୀଯୁକ୍ତ ଘାସିରାମ ସାହୁ ଙ୍କ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖ ସକାଳ ୬ ଘଣ୍ଟା ସମୟରେ ଦେହାନ୍ତ ହୋଇଥିଲା ।

ସେ ୮୫ ବର୍ଷ ବୟସରେ ଘରେ ଟିଟିଲାଗଡ଼ ହାଟପଦା ପଡ଼ା ସ୍ଥିତ ନିଜ ଘରେ ପଡ଼ିଯାଇ ଥିବା ଯୋଗୁଁ ତାଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ମଣିଷ ଭିତରେ ମଣିଷ ଟିଏ ହୋଇପାରି ଥିବା ଶ୍ରୀଯୁକ୍ତ ସାହୁ ଙ୍କ ନିକଟରେ ତାଙ୍କ ବଡ଼ ପୁଅ କୃଷ୍ଣକୁମାର ସାହୁ ଓ ସାନ ପୁଅ ଶ୍ରୀକାନ୍ତ କୁମାର ସାହୁ ଉପସ୍ଥିତି ରେ ତାଙ୍କ ଦେହାନ୍ତ ହୋଇଥିଲା । ସେ ଜଣେ ଏଗ୍ରିକଲଚର ଅଫିସର ଭାବେ କାର୍ଯ୍ୟରତ ରହି ନିଜ କାର୍ଯ୍ୟ ଦକ୍ଷତା ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନେକ ଥର ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିଲେ ।

ଜଣେ ମେଳାପୀ,ପରୋପକାରୀ ଭାବେ ପରିଚିତ ଶ୍ରୀ ସାହୁ ବିୟୋଗ ରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଥିଲା । ଗତ ରବିବାର ଦିନ ସ୍ଥାନୀୟ ଘଣ୍ଟାଶୁଣି ମନ୍ଦିର ପରିସରରେ ଦ୍ୱାଦଶାହ ପାଳନ କରାଯାଇଥିବା ବେଳେ ତାଙ୍କ ଆତ୍ମା ର ସଦ୍ଗତି କାମନା କରି ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments