Friday, March 29, 2024

Top 5 This Week

Related Posts

ବନ୍ୟା ଜଳରେ ଭାସି ଯାଇଥିବା ନିଖୋଜ ଯୁବକଙ୍କ ଶବ ଉଦ୍ଧାର : ଗ୍ରାମରେ ଶୋକର ଛାୟା

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୧୫/୦୯) : ପୁଇଁତଲା ବ୍ଲକର ଭାଲେର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଫଟକରା ଗ୍ରାମର ସୁଧାଂଶୁ ନାଏକ ନାମକ ଜଣେ ୧୮ ବର୍ଷୀୟ ଯୁବକ ତାଙ୍କ ଜମିରେ ଲାଗିଥିବା ପାଣିପମ୍ପ ଦେଖିବା ପାଇଁ ଗତ ମଙ୍ଗଳବାର ଦିନ ଯାଇ ବନ୍ୟା ଜଳରେ ଭାସି ଯାଇଥିଲେ । ଅନେକ ଖୋଜାଖୋଜି ସତ୍ୱେ ତାଙ୍କର କିଛି ସୂଚନା ମିଳୁ ନ ଥିଲା ।

ତାଙ୍କୁ ଗ୍ରାମବାସୀ, ଓଡ୍ରାଫ୍ଟ ଟିମ୍‌, ଅଗ୍ନିଶମ ବିଭାଗ, ତହସିଲଦାର ତଥା ପୁଇଁନ୍ତଲା ଥାନା କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆଜି ସକାଳ ୯ଟା ୨୦ ମିନିଟରେ ତାଙ୍କ ଶବକୁ ଠାବ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାର ତଳି ଅଞ୍ଚଳରେ ଥିବା ଜମିର ଚାଷ ନଷ୍ଟ ହୋଇଯାଇଥିବା ପ୍ରକାଶ ପାଇଛି । ସେହିପରି ଉକ୍ତ ମୃତ ସୁଧାଂଶୁ ତାଙ୍କ ଜମିରେ ଲାଗିଥିବା ପାଣିପମ୍ପକୁ ଉଦ୍ଧାର କରିବା ପାଇଁ ଯାଇ ୧୮ବର୍ଷୀୟ ଛାତ୍ର ସୁଧାଂଶୁ ନାଏକ ବନ୍ୟା ଜଳରେ ଭାସି ଯାଇଥିଲେ ।

ତାଙ୍କ ଜମିରେ ଲାଗିଥିବା ପାଣିପମ୍ପକୁ ଭାସି ନ ଯାଉ ବୋଲି ଉକ୍ତ ପମ୍ପ ଆଣିବାକୁ ଯାଇଥିଲେ । ହେଲେ ଉଦ୍ଧାର କରିବା ପାଇଁ ନାଳକୁ ଯାଇ ନିଜେ ବନ୍ୟାରେ ଭାସି ଅକାଳ ମୃତ୍ୟୁର ଶିକାର ହୋଇଥିଲେ । ତାଙ୍କ ଶବ ଉଦ୍ଧାର ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles