ଜଳାଶୟର କିସମ ପରିବର୍ତ୍ତନ କରି ବେଆଇନ୍ ଭାବେ ଘରବାରୀ କରିବା ଅଭିଯୋଗ

0
180

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୧୫/୦୯) : ଆଜି ୱାର୍ଡ ନମ୍ବର ୧୫ , ଜଗନ୍ନାଥ ରୋଡ୍ , ମୀନା ବଜାର , ଢେଙ୍କାନାଳର ମହାବୀର ୟୁଥ୍ କ୍ଲବର ସଭ୍ୟ ଏବଂ ସାଧାରଣ ଲୋକମାନେ ଗୋଡିପୋଖରୀ ଜଳାଶୟକୁ ଖାତା ନଂ- ୩୪୭୦ / ୬୩୫ , ପୁଟ୍ ନଂ- ୨୭୨୦ ମହାବୀର ୟୁଥ୍ କୁ ସଭ୍ୟ ବୃନ୍ଦ ମୋଟ ଏ ୦.୮୪୭ ଡେସିମିଲ୍ , କିସମ – ଜଳାଶୟ ( ୨ ) , ଗୋଡିପୋଖରୀ  କିଛି ବ୍ୟକ୍ତି ବିଶେଷ ଚଞ୍ଚକତା କରି ଜଳାଶୟର କିସମ ପରିବର୍ତ୍ତନ କରି ଘରବାରୀ କରିଥିବା ଅଭିଯୋଗ ଆଣିଛନ୍ତି । ଏହି ଜଳାଶୟକୁ ଦେବୋତ୍ତର ବିଭାଗ ନିଲାମ ମାଧ୍ୟମରେ ବିକ୍ରୟ ଜରିଥିଲେ ।

ଏହି ବିକ୍ରୟ ସର୍ବୋଚ୍ଚ ନିଲାମଧାରୀ ବ୍ୟକ୍ତି ହୋଇଥିଲେ ଡି.ପରମେଶ୍ୱର ରାଓ । କିନ୍ତୁ ଦେବତ୍ତର ଅଫିସର ଚଞ୍ଚକତା କରି ଅନ୍ୟ ବହୁଲୋକ ଙ୍କ ନାମେ ଦଲିଲ୍ କରିଅଛନ୍ତି ଓ ଜଳାଶୟର କିସମ ପରିବର୍ତ୍ତନ କରିଅଛନ୍ତି ଯାହାକି ସଂପୂର୍ଣ୍ଣ ବେଆଇନ୍ ଅଟେ । ଏହା ଏଣ୍ଡାମେଣ୍ଟ୍ କମିଶନର ନିଲାମ ପାଇଁ କରିଥିବା ଆଦେଶର ସଂପୂର୍ଣ ଉଲ୍ଲଘନ କରୁଅଛି ବୋଲି ଅଭିଯୋଗ କରିଛନ୍ତି ଉକ୍ତ ଅଞ୍ଚଳବାସୀ । ଯାହାଫଳରେ ଏହି କବଲାକୁ ଖାରଜ କରାଯାଉ ଏବଂ ନିଲାମ ନେଇଥିବା ବ୍ୟକ୍ତିଙ୍କ ନାମରେ ପୁର୍ନବାର ଦଲିଲ୍ କରାଯାଉ ବୋଲି ଅଂଚକବସି ଦାବି କରିଛନ୍ତି ।

ଦ୍ବିତୀୟରେ ଢେଙ୍କାନାଳ ସଦର ତହସିଲଦାର ଏହି ଭୁଲ୍ ଦଲିଲ କିଣିଥିବା ବ୍ୟକ୍ତିଙ୍କ ନାମରେ ନାମ ଦରଜ କରାଇଲେ ଏବଂ ସଂପୂର୍ଣ୍ଣ ବେଆଇନ୍ ଭାବେ ତାହାକୁ ଘରବାରିରେ ପରିବର୍ତ୍ତନ କରିଛନ୍ତି , ଯାହାକି ସରକାର ଏବଂ ସୁପ୍ରିମ୍‌କୋର୍ଟ ନିୟମର ସଂପୂର୍ଣ୍ଣ ଉଲଂଘନ କରୁଅଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ଜଳାଶୟ କୁ କିଣିଥିବା ବ୍ୟକ୍ତିମାନେ ପୋତା ପକାଇ ତାହାକୁ ପ୍ଲାଟିଂ କରି ବିକ୍ରି କରିବାପାଇଁ ମସୁଧା କରୁଅଛନ୍ତି । ଏ ସମ୍ବନ୍ଧରେ ଦେବୋତ୍ତର ବିଭାଗରେ ପଚାରିବାରେ ସେମାନେ ଏହି ଜଳାଶୟ କୁ ବିକ୍ରି କରିଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି । ଏଣୁ ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଉ ବୋଲି ୧୫ ନମ୍ବର ୱାର୍ଡ ବାସୀ ଦାବିକରିଛନ୍ତି ।

ସାଧାରଣ ନାଗରିକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏବଂ ସରକାରଙ୍କର ରାଜସ୍ବ ହାନି ଓ ନ୍ୟାୟାଳୟର ନିୟମ ଉଲଂଘନ ଅନୁସାରେ ଜଳାଶୟକୁ କିସମ ପରିବର୍ତନ କରିବା ଏବଂ ଭୁଲ୍ ଦଲିଲ୍ କରି ଚଞ୍ଚକତା ଭାବେ ନିଜ ନାମେ ବେଆଇନ୍ ଭାବେ ରେକର୍ଡ କରାଇନେବା କାର୍ଯ୍ୟର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଦୋଷିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।