Friday, March 29, 2024

Top 5 This Week

Related Posts

ରାଜ୍ୟ ମହିଳା କମିଶନ ଙ୍କ ଦ୍ଵାରା ଢେଙ୍କାନାଳରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୧୫/୦୯) : ଆଜି ଓଡିଶା ରାଜ୍ୟ ମହିଳା କମିଶନ ଙ୍କ ଦ୍ବାରା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଢେଙ୍କାନାଳର ସହଯୋଗରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମଣିଷ ସମାଜରେ ନାରୀମାନେ ବିଭିନ୍ନ ନିର୍ଯ୍ୟାତନାର ଶିକାର ହେଉଛନ୍ତି ।b810c184 859c 46f3 b879 38c2ccb8183f ରାଜ୍ୟ ମହିଳା କମିଶନ ଙ୍କ ଦ୍ଵାରା ଢେଙ୍କାନାଳରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଆଜି ମଧ୍ୟ ନାରୀମାନେ ପୁରୁଷମାନଙ୍କ ସମକକ୍ଷ ହେବାକୁ ଅନେକ ସଂଘର୍ଷ କରିବାକୁ ପଡୁଛି । ସେମାନଙ୍କୁ ସୁରକ୍ଷା ପ୍ରଦାନ , ସମ୍ମାନସ୍ପଦ ଜୀବନ , ଆର୍ଥିକ ସ୍ଵାଧୀନତା ଓ ସାମ୍ବିଧାନିକ ମୌଳିକ ଅକାର ପ୍ରଦାନ ନିମନ୍ତେ ମହିଳା କମିଶନ ଗଠିତ ହୋଇ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଛି ବୋଲି ଓଡିଶା ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା ମିନତୀ ବେହେରା ପ୍ରକାଶ କରିଛନ୍ତି ।

ଆପୋଷ ମିଳାମିଶା ଦ୍ୱାରା ମହିଳା ଓ ପୁରୁଷମାନଙ୍କ ମରେ ଥିବା ସମସ୍ୟାକୁ ସମାଧାନ କରିବା କମିଶନଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ନ୍ୟାର୍ଯ୍ୟ ଅକାର ଏବଂ ସୁଯୋଗ ମିଳିଲେ ନାରୀମାନେ ସମାଜକୁ ଉଚିତ ଦିଗଦର୍ଶନ ଦେଇପାରିବେ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

ସମାଜରେ ନାରୀ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି । ନାରୀମାନଙ୍କର ମଧ୍ୟ ସମାଜରେ ଗୁରୁଦାୟୀତ୍ବ ରହିଛି । ଆଜି ନାରୀମାନେ ମସ୍ୟ , କୃଷି , ଗୋପାଳନ , ବିଭିନ୍ନ ସାମଗ୍ରୀ ଉତ୍ପାଦନ ଆଦି କାର୍ଯ୍ୟ କରି ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ପାରିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପ୍ରକାଶ କରିଥିଲେ । ସହର ସଫେଇ କାର୍ଯ୍ୟରେ ମହିଳାମାନେ ନିଯୋଜିତ ହୋଇ ସମଗ୍ର ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି ପାରିଛନ୍ତି ବୋଲି ସେ କହିଥିଲେ । ୧୮,୬୦୦ ଟି ସ୍ବୟଂ ସହାୟକ ଗୋଷ୍ଠୀର ୨ ଲକ୍ଷ ସଦସ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିଛନ୍ତି ।

ଆଇନ ସମ୍ପର୍କରେ ସଚେତନ କରାଇ ମହିଳା ମାନଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନାରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସମସ୍ତେ ଆଗେଇ ଆସିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ସାମାଜିକ ନିରାପତ୍ତା ଆଇନ , ଗରିବ ଲୋକଙ୍କ ପାଇଁ ମାଗଣା ଆଇନ ସେବା, ଲୋକ ଅଦାଲତ, ମହିଳା କୋର୍ଟ, ମହିଳା ଓ ଶିଶୁ ସୁରକ୍ଷା ସେଲ, ଜାତୀୟ ମହିଳା କମିଶନ, ରାଜ୍ୟ ମହିଳା କମିଶନ, ମହିଳାମାନଙ୍କୁ ସୁରକ୍ଷା ଦେଉଥିବା ବିଭିନ୍ନ ଆଇନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ଅବସରରେ କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବାରୁ ଜିଲ୍ଲାର ୧୨ ଜଣ ମହିଳା ବିଶେଷଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ସଦସ୍ୟା ଜଲୀନା ପ୍ରିୟଦର୍ଶିନୀ ଓ ସ୍ନେହାଞ୍ଜଳି ମହାନ୍ତି , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ପ୍ରଧାନ ଓ ଶ୍ରୀମତୀ ବିଜୟା ମର୍ମା , ଜିଲ୍ଲା ସାମାଜିକ ସୁରକ୍ଷା ଅକାରୀ ପ୍ରତିମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗୀୟ ଅଧକାରୀ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧୁକାରୀ ଶ୍ରୀମତୀ ଜ୍ୟୋସ୍ନା ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles