ଲଗାଣ ବର୍ଷା ରେ ଭାଙ୍ଗିଲା ଘର : ବେସାହାରା ପରିବାର

0
373

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୧୫/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ଗାଁ ର ଯମୁନା ନିସିକା ଙ୍କ ଲଗାଣ ବର୍ଷା ରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି ।

ପ୍ରାୟ ୬ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବାରୁ ଘରର ମାଟି କାନ୍ଥ ଭିଜିବାରୁ ରାତି ପ୍ରାୟ ୨ ଘଣ୍ଟା ବେଳେ ଭୁଷୁଡି ପଡିଲା । ଯାହାଫଳରେ ବିଧବା ଯମୁନା ଟିକିଏ ପାଇଁ ଭର୍ତ୍ତି ଗଲେ । ରଖିଥିବା ଜିନିଷ ପତ୍ର ବର୍ଷା ଭିଜି ନଷ୍ଟ ହୋଇଯାଇଛି । ଏହାକୁ ଗ୍ରାମବାସୀ ଦେଖି ରାଜସ୍ୱ ଅଧିକାରୀ ଓ ସରପଞ୍ଚ ବିଜୟ ଲକ୍ଷ୍ମୀ ତିମାକା ଙ୍କୁ ଜଣାଇଥିଲେ । ଘଟଣା ସ୍ଥଳକୁ ସରପଞ୍ଚ ଙ୍କ ସ୍ବାମୀ ଧନସିଂ ତିମାକା ପହଞ୍ଚି ଥିବା ବେଳେ ରାଜସ୍ୱ ଅଧିକାରୀ ମାନେ ପହଞ୍ଚି ନଥିଲେ ।

ଏହି ସଂମ୍ପର୍କ ରେ ତିମାକା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାଜସ୍ୱ ନିରୀକ୍ଷକ ଆସିବି ବୋଲି କହିଛନ୍ତି ତଦାରଖ କରିବା ପରେ ସହାୟତା ଦିଆଯିବ ବୋଲି ସୂଚନା ଦେଇଛନ୍ତି ।