ବନ ବିଭାଗ ପକ୍ଷରୁ ଶାଳ ପଟା ଜବତ : ଅଭିଯୁକ୍ତ ଫେରାର

0
272

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା(୧୫/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବନ ବିଭାଗ ପକ୍ଷରୁ ୬ ଖଣ୍ଡ ଶାଳ ପଟା ଜବତ କରାଯାଇଛି ।

ରାତ୍ର ପେଟ୍ରୋଲିଂ କରିବା ବେଳେ ପାହାନ୍ତିଆ ସମୟରେ ଏକ ବାଇକ ଯୋଗେ କାଠ ନେଇ ଯାଉଥିବା ଦେଖି ବନ ବିଭାଗ ପିଛା କରିବାରୁ ଜଗନ୍ନାଥ ମନ୍ଦିର ପାଖରେ କାଠ ଫିଙ୍ଗି ଦେଇ ଚାଲିଯାଇଥିଲା । କିନ୍ତୁ ଲୋକକୁ ଧରିପାରିନଥିଲେ । ଉକ୍ତ ୬ ଖଣ୍ଡ କାଠ କୁ ଜବତ କରି କାର୍ଯ୍ୟାଳୟରେ ରଖାଯାଇଛି । ପେଟ୍ରୋଲିଂ ସମୟରେ ବନପାଳ ଦୀନବନ୍ଧୁ ଶବର ବନରଖି ଅକ୍ଷୟ କୁମାର ମିଶ୍ର ଓ ପାରା କର୍ମଚାରୀ ଉପସ୍ଥିତ ଥିଲେ ।