ଏଲ.କେ.ବି.କେ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅକ୍ସି ଜେନ୍ ସିଲିଣ୍ଡର ପ୍ରଦାନ

0
337

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୬/୦୯) : ସର୍ବଦା ଜନହିତକର କାର୍ଯ୍ୟରେ ତତ୍ପର ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ.କେ.ବି.କେ । କରୋନା ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ସ୍ତରରେ ୩୦ ଗୋଟି oxygen concentrator ଜିଲ୍ଲା ମୁଖ୍ୟ ଚିକତ୍ସାଳୟ କୁ ଦେଇଥିଲେ ।WhatsApp Image 2021 09 16 at 7.27.50 AM ଏଲ.କେ.ବି.କେ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅକ୍ସି ଜେନ୍ ସିଲିଣ୍ଡର ପ୍ରଦାନ

ପୁନଶ୍ଚ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ.କେ.ବି.କେ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୫୦ଗୋଟି ୪୬.୭ ଲିଟର ର ଅକ୍ସିଜେନ ସିଲିଣ୍ଡର୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଜିଲ୍ଲାରେ oxygen ଯୋଗୁଁ କୌଣସି ସାଧାରଣ ଜନତା ହଇରାଣ ନ ହେବା ପାଇଁ ଏହା ଆମର ପ୍ରୟାସ ବୋଲି ଅନୁଷ୍ଠାନର ସମ୍ପାଦିକା ମତବ୍ୟକ୍ତ କରିଛନ୍ତି ।

ଆଗକୁ ମଧ୍ୟ N95 mask ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ସମସ୍ତ CHC center, ଉଚ୍ଚ ବିଦ୍ୟାଳୟ ଏବଂ କଲେଜ ରେ ମାସ୍କ୍ ବଣ୍ଟନ କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀମତୀ ପୁଷ୍ପିତା ପ୍ରଧାନ କହିଛନ୍ତି ।