Thursday, March 28, 2024

Top 5 This Week

Related Posts

ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୬/୦୯) : ଯୁକ୍ତ୨ ଅଫଲାଇନ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହେବ । ସମସ୍ତ ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସ୍ୱତନ୍ତ୍ର ପରୀକ୍ଷା ଅକ୍ଟୋବର ୧ ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବ ।

ଅକ୍ଟୋବର ୨ ଓ ୬ ତାରିଖ ବ୍ୟତୀତ ଅନ୍ୟ ସମସ୍ତ ଦିନ ସକାଳ ୧୦ଟାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ଏମିତିକି ରବିବାର ମଧ୍ୟ ପରୀକ୍ଷା କରାଯିବ । ୪ ଦିନ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକର ପରୀକ୍ଷା ହେବ । ସମସ୍ତ ବିଷୟରେ ପରୀକ୍ଷା କରାଯିବ ନାହିଁ ।

ଉକ୍ତ ବିଷୟ ପରୀକ୍ଷାରେ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହା ଆଧାରରେ ଅନ୍ୟ ବିଷୟ ଗୁଡ଼ିକରେ ମାର୍କ ପ୍ରଦାନ କରାଯିବ । ସେପ୍ଟେମ୍ବର ୨୨ରୁ ୨୯ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

Popular Articles