Friday, March 29, 2024

Top 5 This Week

Related Posts

ଟୀକା ଦାନ କେନ୍ଦ୍ର ରେ ଜାଲିଆତି : ଟୀକା ନ ନେଇ ଟୀକାଦାନ ପ୍ରମାଣପତ୍ର ଆସୁଛି ମେସେଜ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୬/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଏମ ଇ ସ୍କୁଲ ଠାରେ ଆଜି କରୋନା ଟୀକା ଦାନ କେନ୍ଦ୍ର ଖୋଲା ଯାଇଥିବା ବେଳେ ଜାଲିଆତିର ପ୍ରମାଣ ମିଳିଛି | ଜାଲିଆତି ର ଶିକାର ହୋଇଥିବା ବ୍ୟକ୍ତିଙ୍କ ବୟାନନୁଯାଇ “ମୁଁ “ଟୀକା ନେଇନୀ ହେଲେ ମୋ ନାମରେ ଦ୍ଵିତୀୟ ଥର ଟୀକା ନେବାର ପ୍ରମାଣପତ୍ର ମେସେଜ ଆସିଛି ।

ପ୍ରମାଣପତ୍ର ତଥ୍ୟ ଅନୁସାରେ ଆଜି ରମଗଡ ଏମ ଇ ସ୍କୁଲ ରେ ଦିଆଯାଉ ଥିବା ଟୀକା ଦାନ କେନ୍ଦ୍ର ରେ ସସ୍ମିତା କହଁର ନାମକ ନର୍ସ ଠାରୁ ଟୀକା ନେଇଛି । ହେଲେ ଆଜି ମୁ ଟୀକା ନେଇ ନାହିଁ କି ଟୀକା କେନ୍ଦ୍ର କୁ ଯାଇ ନାହିଁ । ମୋ ନାମରେ ଟୀକା କେମିତି ବୁକିଂ ହେଲା, ତାହା ଆଶ୍ଚର୍ଯ୍ୟ ଜନକ । କେଉଁ ଆଧାର କେଉଁ ପରିଚୟରେ ନର୍ସ ଜଣଙ୍କ ମୋ ନାମରେ ଟୀକା ଅନ୍ୟ ଜଣଙ୍କୁ ଦେଲେ । କଣ ଥିଲା ପ୍ରମାଣ ପତ୍ର । ଏମିତି କାହିଁକି ଅବହେଳା ହେଉଚି ସ୍ବାସ୍ଥ୍ୟ ବିଭାଗ । କାହାକୁ ଏଥି ପାଇଁ ଦାୟୀ କରିବା ଅନେକ ପ୍ରଶ୍ନ |

ତା ସହିତ ମୁ ଦ୍ଵିତୀୟ ଥର ଟୀକା କେମିତି ପାଇବି ତାହା ମଧ୍ୟ ପ୍ରଶ୍ନବାଚୀ ? ଏ ଥିଲେ ଅନଗୁଳ ଜିଲ୍ଲା ଆଠମଲ୍ଲିକ ବେଲାଦୁଳା ଗ୍ରାମର ସମାଜସେବୀ ପ୍ରତାପ ମେହେର ଟୀକା ନ ନେଇବି ଦ୍ୱିତୀୟ ଡୋଜ ଟୀକାର ପ୍ରମାଣ ମେସେଜ ଆସିଛି | ତେଣୁ ଏହା କେଉଁ ଆଧାରରେ କାର୍ଯ୍ୟକ୍ରମ ହେଉଛି ଆଜି ଚର୍ଚ୍ଚାର ବିଷୟ ପାଲଟିଛି |

ବୌଦ୍ଧ ଜିଲ୍ଲାପାଳ, ବୌଦ୍ଧ ପ୍ରଶାସନ ଏହାର ଯଥା ଶୀଘ୍ର ତଦାରଖ କରିବା ଦରକାର | ତା ନହେଲେ ଆଉ କେତେ ସ୍ୱାସ୍ଥ୍ୟ ବିଭାଗରେ ଜାଲିଆତି ଘଟିବ ଆଗରୁ ସଜାଗ ହେବା ନିହାତି ଦରକାର |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles