କିନୀଗମ୍ ଗ୍ରାମରେ ଗଣେଶ ପୂଜା ଭୋଜି ଖାଇ ୬୪ ଝାଡ଼ା ବାନ୍ତିରେ ଆକ୍ରାନ୍ତ

0
215

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୬/୦୯) : କାଶୀନଗର ବ୍ଲକ୍ ର କିନୀଗମ୍ ଗ୍ରାମରେ ଝାଡ଼ା ବାନ୍ତି ବ୍ୟାପିଛି । ଗତକାଲି ଏହି ଗ୍ରାମରେ ଗଣେଶ ପୂଜା ବିସର୍ଜନ ନିମନ୍ତେ ଶାନ୍ତି ଭୋଜି ହୋଇଥିଲା ।

କିନୀଗମ୍ ଗ୍ରାମରେ ଏହି ଭୋଜି ଖାଇ ୬୪ ଜଣ ଛୋଟ ଓ ବଡ଼ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଏ । ଏଥି ମଧ୍ୟରୁ ୨୨ ଜଣ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ବଳକା ଲୋକଙ୍କୁ ଚିକିତ୍ସା ନିମନ୍ତେ କାଶୀନଗର ଠାରୁ ଏକ ଟିମ୍ ଡାକ୍ତର ନୟଲଙ୍କ ନେତୃତ୍ୱରେ ସମସ୍ତ ଫିଲ୍ଡ ଷ୍ଟାଫ୍ ଓ ଆଶା,ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ସମସ୍ତଙ୍କୁ ଚିକିତ୍ସା କରିଥିଲେ ।

ସମସ୍ତେ ବର୍ତମାନ ଭଲରେ ଥିବା ଡ. ନାୟାଲ୍ କହିଛନ୍ତି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତହସିଲଦାର ତଥା ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ରୋଗୀ ମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଭଲ ମନ୍ଦ ବୁଝିଥିଲେ ।