ସିଭିଲ୍ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କଲା UPSC

0
171

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୭/୦୯) : ସିଭିଲ୍ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କଲା UPSC | ପୂର୍ବରୁ UPSC ପରୀକ୍ଷା ଜୁନ୍ ୨୭ ତାରିଖରେ ହେବା ପାଇଁ ଧାର୍ଯ୍ୟ ହୋଇଥିଲା । ତେବେ ଭାରତରେ କୋଭିଡ୍-୧୯ ସଂକ୍ରମଣ କାରଣରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । ଯାହା ପରେ ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି । କୋଭିଡ୍-୧୦ ପ୍ରୋଟୋକଲ ଅନୁସାରେ ପୂରା ଦେଶରେ ପେନ୍ ଓ ପେପରରେ ପରୀକ୍ଷା ଆୟୋଜିତ କରାଯିବ । ଅକ୍ଟୋବର ୧୦, ୨୦୨୧ରେ ପରୀକ୍ଷା ଅନୁଷ୍ଠିତ ହେବ ।

ସିଭିଲ୍ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ l UPSC ତା’ର ଅଫିସିଆଲ୍ ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରିଛି । ପରୀକ୍ଷା ପାଇଁ ଯେଉଁ ପ୍ରାର୍ଥୀମାନେ ରେଜିଷ୍ଟ୍ରେସନ୍ କରିଛନ୍ତି, ସେମାନେ ନିଜର ଇ-ଆଡମିଟ୍ କାର୍ଡ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.in କିମ୍ବା upsconline.nic.inକୁ ଯାଇ ଡାଉନଲୋଡ୍ କରିପାରିବେ । ବିନା ଆଡମିଟ୍ କାର୍ଡରେ ପ୍ରାର୍ଥୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ ।

କେମିତି କରିବେ UPSC CSE ପ୍ରିଲିମ୍ସ ଆଡମିଟ୍ କାର୍ଡ ୨୦୨୧
୧: ପ୍ରଥମେ ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯିବେ ।
୨: ହୋମ୍ ପେଜରେ ଦେଖାଯାଉଥିବା ଲାଟେଷ୍ଟ ଆନାଉନ୍ସମେଣ୍ଟ ସେକ୍ସନକୁ କ୍ଲିକ୍ କରିବେ ।
୩: ଏହା ପରେ ରୋଲ୍ ନମ୍ବର ବା ରେଜିଷ୍ଟ୍ରେସନ୍ ନମ୍ବରର ବିକଳ୍ପ ଚୟନ କରିବେ ।
୪: ନିଜର ଡିଟେଲ୍ସ ଦେଇ ଲଗ୍ ଇନ୍ କରନ୍ତୁ ।
୫: ଆଡମିଟ୍ କାର୍ଡ ସ୍କ୍ରିନରେ ଉପଲବ୍ଧ ହେବ, ଏହାକୁ ଡାଉନ୍ ଲୋଡ୍ କରନ୍ତୁ ।

ଇ-ଆଡମିଟ୍ କାର୍ଡ ଲିଙ୍କ ପରୀକ୍ଷାର ତାରିଖ ଯାଏ ଉପଲବ୍ଧ ରହିବ । ଆଡମିଟ୍ କାର୍ଡ ସମ୍ବନ୍ଧିତ କୌଣସି ସମସ୍ୟା ଥିଲେ, ଆଶାୟୀ ପ୍ରାର୍ଥୀ ମାନେ ହେଲ୍ପ ଡେକ୍ସର ସହାୟତା ନେଇପାରିବେ । ଅନ୍ୟ ସବୁ ସୁବିଧା ଅଫିସିଆଲ୍ ୱେବସାଇଟରେ ଜାରି କରାଯିବ ।