ସିପିଆଇ ( ଏମ୍ ) କାଶୀନଗର ବ୍ଲକ୍ ଆଞ୍ଚଳିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

0
165

ରିପୋର୍ଟ : ପ୍ରଣତି ବେହେରା
କାଶୀନଗର,(୧୬/୦୯) : ସିପିଆଇ ( ଏମ୍ ) କାଶୀନଗର ବ୍ଲକ୍ ଆଞ୍ଚଳିକ କମିଟିର ଏକ ସମାବେଶ ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ୍ ଛକ ନିକଟରେ ଅନୁଷ୍ଠିତ ହୋଇଥିଲା । କମିଟିର ସମ୍ପାଦକ କାର୍ତ୍ତିକ ଶବର ନେତୃତ୍ୱରେ ଅନୁଷ୍ଠିତ ଏ ସମାବେଶରେ ସଙ୍ଗଠନର ଜିଲ୍ଲା ସମ୍ପାଦକ ସୁକୁ ଶବର, ବରିଷ୍ଟ ନେତା କୁଣ୍ଡିଙ୍ଗୀ ମୀନା ରାଓ ଙ୍କ ସମେତ ଦଳ କର୍ମୀ ଯୋଗ ଦେଇଥିଲେ । ସମାବେଶ ପରେ ଏକ ଶୋଭଯାତ୍ରାରେ ନେତା ଓ କର୍ମୀ ମାନେ ବ୍ଲକ୍ ଅଫିସ୍ କୁ ଆସି ବିଡିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।

ସିପିଆଇ ( ଏମ୍ ) କାଶୀନଗର ବ୍ଲକ୍ ଆଞ୍ଚଳିକ କମିଟି ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କୁ ସେତେବେଳେ ବିଡିଓ ଦାୟିତ୍ୱରେ ଥିବା ତହସିଲ୍ ଦାର ବ୍ଲକ୍ ଅଫିସ୍ ରେ ଅନୁପସ୍ଥିତ ଥିବାରୁ ତାଙ୍କ ତରଫରୁ ସେକ୍ ସନ୍ ଅଫିସ୍ ର ନିରଞ୍ଜନ ଜାଳି ଦାବିପତ୍ର ଗ୍ରହଣ କରିଥିଲେ । ଦାବିପତ୍ର ଅନୁଯାୟୀ ରେଲିଗୁଡା ବିଦ୍ୟାଳୟରେ ୧୫୦ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ଶିକ୍ଷକ ସଂଖ୍ୟା କମ୍ ରହିଛି । ପ୍ରଧାନ ଶିକ୍ଷକ ଭାବେ ପଦବୀ ବହୁଦିନ ହେଲା ଖାଲି ପଡ଼ିଛି । ତେଣୁ ଶିକ୍ଷା ଶୀଘ୍ର ପ୍ରଧାନ ଶିକ୍ଷକ ଓ ପିଟିଆର୍ କର୍ମ ଅନୁସାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଉ ।

ଏହାଛଡା ଆଲଡ଼ା , ଶିଆଳି, ଖାଣ୍ଡବା , ଗୋରିବନ୍ଧା , ଖାରଡା , ପ୍ରତ୍ୟେକ ପଞ୍ଚାୟତରେ ବେଶୀ ପରିମାଣ ରେ ମାଣ୍ଡିଆ ଚାଷ କମି ଯାଉଥିବାରୁ ମାଣ୍ଡିଆ ପାଇଁ ଅଲଗା ମଣ୍ଡି ଖୋଲିବା , ଜମି ଜଙ୍ଗଲ ଦଳ ଉପରେ ଆଦିବାସୀଙ୍କ ଅଧିକାରକୁ ନିଶ୍ଵିତ କରିବେ । ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ଅଧିନରେ ବର୍ଷକୁ ୨୦୦ ଦିନରେ କାମ ଦେବା ଅଲଡା, ଶିଆଳି ପଞ୍ଚାୟତରେ ଜଳସେଚନର ସୁବିଧା ପାଇଁ ପଦକ୍ଷେପ ନେବା ଶିଆଳି ଓ ସାନ୍ତାଗୁଡ଼ା ଗ୍ରାମରେ ସିସି ରୋଡ୍ ନିର୍ମାଣ, ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ ର ଦର କମାଇବା, ଆଦିବାସୀମାନେ ଚାଷ କରି ଆସୁଥିବା ଅନାବାଦୀ ପତିତ ଜମିରେ ପଟ୍ଟା ସେମାନଙ୍କୁ ଦେବା ଓ ସର୍ବୋପରି ସାମ୍ପ୍ରଦାୟିକ ଶକ୍ତିମାନଙ୍କ କବଳରୁ ଗଜପତି ଜିଲ୍ଲାକୁ ରକ୍ଷା କରିବା ପାଇଁ କମିଟି ପକ୍ଷରୁ ଦାବୀ କରା ଯାଇଥିଲା ।