ଓଡ଼ିଶା ସାମ୍ବାଦିକ ସଂଘର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
209

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରିଗୁଡା,(୧୫/୯) : ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଥିବା ସ୍ଥାନୀୟ ଡାକବଙ୍ଗଳାରେ ଓଡ଼ିଶା ସାମ୍ବାଦିକ ସଂଘର ଏକ ବୈଠକ ଜୟସିଂ ପୋଡ଼ା ସେଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ସଂଘ ର ରାଜ୍ୟ ଉପ ସଭାପତି କେ. ଶ୍ରୀନିବାସ ରାଓ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ହରିଶ ପଟ୍ଟନାୟକ ଯୋଗ ଦେଇଥିଲେ ।WhatsApp Image 2021 09 17 at 10.21.09 AM ଓଡ଼ିଶା ସାମ୍ବାଦିକ ସଂଘର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ବୈଠକରେ ଓଡ଼ିଶା ସାମ୍ବାଦିକ ସଂଘର କର୍ମକର୍ତ୍ତା ସହ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗଦାନ କରିଥିଲେ । ବୈଠକରେ ସାମ୍ବାଦିକମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣକୁ ଗୁରୁତ୍ୱ ପ୍ରଦାନ କରିବାକୁ ଆହ୍ୱାନ କରାଯାଇଥିଲା । ପୋଲିସ ଓ ପ୍ରଶାସନର ସହଯୋଗ ନେଇ ନକଲି ସାମ୍ବାଦିକମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଭାବେ ଅବଗତ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।

ଏଥିସହିତ ସମାଜର ଚତୁର୍ଥ ସ୍ତମ୍ଭ ସାମ୍ବାଦିକମାନେ ହୋଇଥିବାରୁ ଜନସାଧାରଣଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଇ ଖବର ପରିବେଷଣ କରାଯିବାକୁ ମତ ପ୍ରକାଶ ପାଇଥିଲା । ସଂଘକୁ ବିଶ୍ୱାସ କରି ପାଞ୍ଚ ଜଣ ନୂତନ ସଭ୍ୟ ଏହି ସଙ୍ଘଠନ ରେ ସାମିଲ ହୋଇଥିବାରୁ ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଜ୍ଞାପନ କରାଯାଇଥିଲା । ଏହା ପରେ ସ୍ଥାନୀୟ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ଓ ଦୁଇଟି ଅଙ୍ଗନବାଡି କେନ୍ଦ୍ର କୁ ଯାଇ ସଙ୍ଘଠନ ର କର୍ମକର୍ତ୍ତା ଓ ଅନ୍ୟ ସାମ୍ବାଦିକମାନେ କୋରୋନା ମହାମାରୀ ପ୍ରତି ସଚେତନ କରିବା ସହ ୧ ହଜାର ରୁ ଅଧିକ ମାସ୍କ ବଣ୍ଟନ କରାଯାଇଥିଲା ।

ଜନସାଧାରଣଙ୍କ ତରଫରୁ ସଙ୍ଘଠନ ର ଏହି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଧଳ ପରିଚାଳନା କରିଥିବା ବେଳେ ଜିଲ୍ଲା ଉପ ସଭାପତି ଶ୍ରୀ ରବିଶଙ୍କର ମହାପାତ୍ର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବହୁ ସାମ୍ବାଦିକ ଓ ସମାଜସେବୀ ବନ୍ଧୁ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ୫ ଜଣ ସାମ୍ବାଦିକ o.j.u.ରେ ଯୋଗଦାନ କରିଥିଲେ । ସେମାନେ ହେଲେ ସୁଦର୍ଶନ ପ୍ରଧାନ,ଏସ୍.ସୁନ୍ଦରମ୍,ସୁନୀଳ କୁମାର ଷଡଙ୍ଗୀ,ବିଘ୍ନେଶ୍ୱର ଷଡଙ୍ଗୀ ଓ .ସି.ଏଚ୍.ଅଶୋକ କୁମାର । ଏହି ନବାଗତ ସାମ୍ବାଦିକ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।