କୋଇଲିସୂତା ଠାରେ ୩୧ତମ ଶାରଦୀୟ ମଁl ଦୁର୍ଗାପୂଜା ଶୁଭ ଖମ୍ବ ସ୍ଥାପନ

0
303

73b4ad19 13bc 4d19 a04d 35b3cb26a03b କୋଇଲିସୂତା ଠାରେ ୩୧ତମ ଶାରଦୀୟ ମଁl ଦୁର୍ଗାପୂଜା ଶୁଭ ଖମ୍ବ ସ୍ଥାପନରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୭/୦୯) : ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଠାରେ ବିଶ୍ୱକର୍ମା ପୂଜା ଅବସର ରେ ଆଜି ୩୧ ତମ ଶାରଦୀୟ ଦୁର୍ଗାପୂଜା ଶୁଭ ଖମ୍ବ ସ୍ଥାପନ କରାଯାଇଛି |

ଗ୍ରାମର ସଭାପତି ରାଘବ ବେହେରା, ସଂପାଦକ ସୁରେନ୍ଦ୍ର ଦେହୁରୀ, ଗ୍ରାମ୍ୟ କମିଟି ର ସଦସ୍ୟ ରାଜୀବ ବେହେରା, ବଳଭଦ୍ର ବେହେରା, ରଶ୍ମିରଂଜନ ବାଘ ସମେତ ଉପସ୍ଥିତ ରହି ଗ୍ରାମ୍ୟ ପୂଜକ ଵିଷ୍ଣୁ ଚରଣ ଦେହୁରୀ ପୂଜାକାର୍ଯ୍ୟ କରି ଏହି ଶୁଭ ଖମ୍ବ ଦୁର୍ଗାପୂଜା ମଣ୍ଡପ ଠାରେ ସ୍ଥାପନ କରିଥିଲେ | ଏହି ବର୍ଷ ବି କୋଭିଡ ନିୟମ ଅନୁସାରେ ପୂଜା କାର୍ଯ୍ୟ କରାଯିବ ବୋଲି କୋଇଲିସୂତା ଠାରେ ଗ୍ରାମ୍ୟ ର ସମସ୍ତ ଜନସାଧାରଣ ନିଷ୍ପତି ନେଇଥିଲେ | ପୂଜା ଆଉ କମ ଦୀନ ଥିବାରୁ ଆଜିଠୁ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସଭାପତି ଓ଼ ଗ୍ରାମ୍ୟ କମିଟି ସୂଚନା ଦେଇଛନ୍ତି |