Friday, March 29, 2024

Top 5 This Week

Related Posts

କିଡିଗାଁ ଠାରେ ଗଣେଶ ପୂଜା ଭୋଜି ଖାଇ ୨୦୦ ରୁ ଅଧିକ ଆକ୍ରାନ୍ତ : ପରିସ୍ଥିତି ଅସମ୍ଭାଳ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୭/୦୯) : ଗତ ଦୁଇ ଦିନ ତଳେ କାଶୀନଗର ବ୍ଲକ୍ ର କିଡିଗାଁ ଠାରେ ଗଣେଶ ପୂଜା ବିସର୍ଜନ ଭୋଜି ଖାଇ ୨୦୦ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲ୍ ରେ ଚିକିତ୍ସା ହେଉଥିବା ଜଣାଯାଇଛି ।6a9c9e6c bc84 4121 8e33 83a94f6f09bc କିଡିଗାଁ ଠାରେ ଗଣେଶ ପୂଜା ଭୋଜି ଖାଇ ୨୦୦ ରୁ ଅଧିକ ଆକ୍ରାନ୍ତ : ପରିସ୍ଥିତି ଅସମ୍ଭାଳ

କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଗତ କାଲି ଗୋଟେ ଟିମ୍ ଉକ୍ତ କିଡିଗାଁ ଠାରେ ପହଞ୍ଚି ଚିକିତ୍ସା କରିଥିବା ବେଳେ ପରିସ୍ଥିତି ଅସମ୍ଭାଳ ହୋଇଥିବା ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ଡେପୁଟି କଲେକ୍ଟର ଶ୍ରୀ ଯୁବୁଲି ବେହେରା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ,ତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଟାଉନ୍ ବିଜେଡ଼ି ସଭାପତି ରଘୁରାମ ସାହୁ ଓ ସମସ୍ତ ଡାକ୍ତର ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରିଥିଲେ ।

କିଡିଗାଁ ର ଏହି ପରିସ୍ଥିତି ପାଇଁ ଆଜି କାଶୀନଗର ର ସମସ୍ତ ଗ୍ରୋଷୋରୀ ଦୋକାନ ବନ୍ଦ ରହିଥିଲା । ନିୟମିତ ଭାବେ ଖାଦ୍ୟ ଓ ଯୋଗାଣ ବିଭାଗ,ସ୍ବାସ୍ଥ୍ୟ ବିଭାଗ ନିୟମିତ ଭାବେ ଚେକିଂ ନ କରିବା ଦ୍ଵାରା ତେଲ,ବେସନ, ଅଟା ଓ ଅନ୍ୟାନ୍ୟ ଭେଜାଲ ଜିନିଷ ବିକ୍ରୀ ହେଉଥିବାରୁ ଏଭଳି ପରିସ୍ଥିତି ହୋଇଥିବା ଚର୍ଚ୍ଚା ହେଉଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles