ପୌର କାର୍ଯ୍ୟାଳୟ ରେ ଉନ୍ମତ୍ତ କାଣ୍ଡ ଅଭିଯୋଗ ଓ ପ୍ରତି ଅଭିଯୋଗ : ଅଶାନ୍ତ କାର୍ଯ୍ୟାଳୟ

0
201

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୭/୦୯) : ଗତ ଦୁଇ ଦିନ ତଳେ କାଶୀନଗର ପୌର କାର୍ଯ୍ୟାଳୟ ରେ ଜଣେ ମାନସିକ ବିକାର ଗସ୍ତ ଜଣେ ଟ୍ୟାକ୍ସ କଲେକ୍ଟର ହରିବାବୁ ହଠାତ୍ କାର୍ଯ୍ୟାଳୟରେ ନିଜ ସହଯୋଗୀ ମାନଙ୍କ ସହ କୌଣସି କାରଣରୁ ବାକ ବିତଣ୍ଡା ହୋଇ ମାର,ପିଟ କରିଥିବା ଅଭିଯୋଗ ହୋଇଥିଲା |

ପୌର ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ କ୍ରମେ କାଶୀନଗର ଥାନା କେଶ୍ ନ ୯୭/୨୧ ରେ ମୋକଦ୍ଧମା କରିଥିଲେ । ହରିବାବୁ ମଧ୍ୟ ଅନୁରୂପ ଏକ ଅଭିଯୋଗ ନିଜର ସହଯୋଗୀ ମାନଙ୍କ ଉପରେ ଥାନା କେସ ନ.୯୮/୨୧ ରେ ଏକ ମାମଲା ରୁଜୁ କରିଛନ୍ତି । ଆଇ ପିସି ଧରା ୫୦୬,୨୯୪ ରେ ଏହି କେଶ୍ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଜଣାଇଛନ୍ତି । ଏଣୁ କାର୍ଯ୍ୟାଳୟ ଏବେ ଅଶାନ୍ତ ବାତାବରଣରେ ଚାଲିଛି | ସାଧାରଣ ଲୋକ କୌଣସି କାମ ପାଇଁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।