ପାହାଡ଼ରୁ ମାଟି ପଥର ଓ ଅତଡା ଧସି ରାସ୍ତା ଅବରୋଧ

0
272

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୧୬/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ବୁଡୁଣି ଯିବା ରାସ୍ତାରେ ପାହାଡ଼ରୁ ମାଟି ପଥର ଓ ଅତଡା ଧସି ରାସ୍ତା ଅବରୋଧ ହୋଇ ଥିବା ଦେଖିବାକୁ ମିଳିଛି ।

ଲଘୁଚାପ ଜନିତ ବର୍ଷା ହେବାରୁ ନାରିଙ୍ଗିତୋଳା ଠାରୁ ବୁଡୁଣି ଯିବା କଲରା ଘାଟି ରାସ୍ତାର ବୁଲାଣି ଉପର ପାର୍ଶ୍ୱରେ ଥିବା ପାହାଡ଼ରୁ ମାଟି ପଥର ଓ  ବଡ ପଥର ୨ ଖଣ୍ଡ ପଡି ରାସ୍ତା ଅବରୋଧ ହୋଇଛି । ଏହି ଅଞ୍ଚଳରେ ଡଙ୍ଗରିଆ ମାନେ ବସବାସ କରୁଛନ୍ତି । ଏହି ରାସ୍ତା ଦେଇ ନିୟମଗିରି ପାହାଡର ବିଭିନ୍ନ ଗାଁକୁ ଦୁଇ ଓ ଚାରି ଚକିଆ ଯାନ ଯାତାୟାତ କରୁଛି । କେତେବେଳେ ଉକ୍ତ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିଲେ କିଏ ଦାୟୀ ରହିବେ ବୋଲି ସାଧାରଣରେ ଆଲୋଚନା ସୃଷ୍ଟି ହେଉଛି । ଏହାକୁ ତୁରନ୍ତ ରାସ୍ତାରୁ ବାହାର କରିବା ପାଇଁ ଦାବି ହେଉଛି ।