ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଦିବସ ପାଳିତ

0
236

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୧୭/୦୯) : ଆଜି ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜି ଙ୍କ ଜନ୍ମଦିନ ଅବସରରେ ରାୟଗଡ଼ ବିଜେପିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପଟ୍ଟନାୟକଙ୍କ ନିର୍ଦେଶରେ ସେବା ଓ ସମର୍ପଣ ଦିବସ ପାଳନ କରାଗଲା ।55c54651 2b59 4b6f a557 196f4c544b22 ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଦିବସ ପାଳିତ

ଏହି ପରପେକ୍ଷୀରେ ଆଜି ରାୟଗଡା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲା ଚିକିତ୍ସାଳୟ ଠାରେ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକ ଥିବା ସ୍ଥାନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜିଙ୍କ ସୁସ୍ଥମୟ ଦୀର୍ଘଆୟୁ ପାଇଁ ମନ୍ଦିରରେ ପୂଜା ଅର୍ଚନା ମଧ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଧାୟକ ପାର୍ଥୀ ବସନ୍ତ କୁମାର ଉଲ୍ଲାକା, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା, ଜିଲ୍ଲା SC ମୋର୍ଚ୍ଚା ସଭାପତି ବିଭୀଷଣ ପାଣି, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲଷ୍ମୀ, ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ, ନଗର ଉପସଭାନେତ୍ରୀ ମଞ୍ଜୁଳା ମିନିଆକା, ଝରଣା ମହାନ୍ତି ଏବଂ ନଗରର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।