ଆକାଂକ୍ଷି ଜିଲ୍ଲା ପ୍ରଭାରୀ ଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ସମିକ୍ଷା

0
252

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୧୭/୦୯) : ଆକାଂକ୍ଷି ଜିଲ୍ଲା ପ୍ରଭାରୀ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ୨ଦିନ ରାୟଗଡ ଜିଲ୍ଲା ଗସ୍ତ କରି ଆଜି ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ଭନ୍ଧରେ ସମିକ୍ଷା କରିଛନ୍ତି ।

ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦ୍‍ଭାବନା ସଭା ଗୃହରେ ଅନୁଷ୍ଠିତ ସମିକ୍ଷା ବୈଠକରେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏହି ବୈଠକରେ ଆକାଂକ୍ଷି ଜିଲ୍ଲା ପ୍ରଭାରୀ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାପଦଣ୍ଡ ଅନୁଯାୟୀ ପର୍ଯ୍ୟାୟ କ୍ରମେ ସମିକ୍ଷା କରିଥିଲେ । ବିଶେଷ କରି ସ୍ୱାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, କୃଷି, ମୌଳିକ ଭିତ୍ତି ଭୂମୀ, ଦକ୍ଷତା ବିକାଶ ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ ଉପରେ ସମିକ୍ଷା କରିଥିଲେ ।559c79c5 447c 469b bef9 a7dbde798377 ଆକାଂକ୍ଷି ଜିଲ୍ଲା ପ୍ରଭାରୀ ଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ସମିକ୍ଷା

ଏପ୍ରିଲ୍‍ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ଏହି ବିଭାଗ ଗୁଡିକର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ୱନ୍ଧରେ ପୁଙ୍ଖନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା କରି ଗର୍ଭବତି ମହିଳା ଓ ଶିଶୁ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ସମିକ୍ଷା କରିଥିଲେ । ଆଲୋଚନା ବେଳେ ପାରାମିଟରରେ କମ୍‍ ଅଗ୍ରଗତି ଅନୁଧ୍ୟାନ କରିଥିଲେ ତାହା ପରବର୍ତ୍ତି ସମୟରେ ସୁଧାରି ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କୃଷି, ଉଦ୍ୟାନ କୃଷି, ପ୍ରାଣୀ ଚିକିତ୍ସା ଉପରେ ଆଲୋଚନା କରି ବିଭାଗୀୟ ଅଧିକାରୀ ମାନଙ୍କୁ ଏହାର ଅଗ୍ରଗତି ପାଇଁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଅନ୍ୟାନ୍ୟ ଅଧିକାରୀଙ୍କ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡଃ. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ, ପୁର୍ଣ୍ଣଚନ୍ଦ୍ର ବରିହା, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ମିଶନ, ଶ୍ରୀ ଦୟାନିଧି ବାଗ୍‍, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀ ଦୁଶାସନ ପ୍ରହରାଜ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ରାୟଗଡ, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ଶ୍ରୀ ପତିତ ପାବନ ସାମନ୍ତରାୟ, ଲିଡ୍‍ ବ୍ୟାଙ୍କ ମେନେଜର, ଶ୍ରୀ ଧିରେନ୍ଦ୍ର ବିହାରୀ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।