Thursday, March 28, 2024

Top 5 This Week

Related Posts

ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର : ଦୀର୍ଘ ସମୟ ଧରି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୭/୦୯) : ଜାତୀୟ ରାଜପଥ ୫୭ର ସାତମାଇଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଘଟଣାସ୍ଥଳରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଇଁତଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଜିଲ୍ଲା ମେଡିକାଲ କଲେଜ ଡାକ୍ତରଖାନା କୁ ପଠେଇଥିଲେ ।WhatsApp Image 2021 09 18 at 9.01.17 AM ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର : ଦୀର୍ଘ ସମୟ ଧରି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ସୂଚନା ଅନୁସାରେ ବାଇକକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ମୃତକ କୁଲେରବାହାଲି ଗ୍ରାମର ଅର୍ଜୁନ ବାଗ ବୋଲି ଜଣାପଡିଛି । ଅର୍ଜୁନ ଓ ଲମ୍ବୋଦର ଟିମାପାଲିରୁ ସାତମାଇଲ ଫେରୁଥିଲେ । ବଲାଙ୍ଗୀରରୁ (ଓଆର ୧୫କିଉ ୩୨୩୮ )ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରକ ଦ୍ରୁତ ଗତିରେ ଆସି ଅର୍ଜୁନ ଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଅର୍ଜୁନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଲମ୍ବୋଦର ବଗର୍ତୀ ଗୁରୁତର ଅବସ୍ଥାରେ ଥିଲେ ।

ଉକ୍ତ ବ୍ୟକ୍ତି ଦ୍ୱୟ ବଲାଙ୍ଗୀର ନିକଟସ୍ଥ ଟିମାପାଲି ଗ୍ରାମ ର ବୋଲି ଜଣାଯାଇଥିଲା । ଲମ୍ବୋଦରଙ୍କୁ ଗୁରତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅର୍ଜୁନ ଓ ଲମ୍ବୋଦର ଦୁହିଜଣ ତାଙ୍କ ଶ୍ୱଶୁର ଘର ଟିମାପାଲିରୁ ସାତମାଇଲ ପଟକୁ ଫେରୁଥିଲେ । ଘଟଣା ସ୍ଥଳରେ ପୁଇଁତଳା ପୋଲିସ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଟ୍ରକକୁ ଅଟକ ରଖିଛି ।

ଅନ୍ୟ ପଟେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାଜରାସ୍ତା ଅବରୋଧ କରିଥିଲେ । ବଲାଙ୍ଗୀର-ସୋନପୁର ରାଜରାସ୍ତାର ଦୁହି ପାର୍ଶ୍ଵରେ ସହସହ ଗାଡ଼ି ଠିଆହୋଇ ରହିଯାଇ ଥିଲା । ଶେଷରେ ପୁଇଁତଲା ତହସିଲଦାର ଓ ପୋଲିସ ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

Popular Articles