ଦୁଇ ବାଇକ ମୁଁହା ମୁହିଁ ଧକ୍କା : ଜଣଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର

0
395

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୮/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ -ଧଳପୁର ପୂର୍ତ୍ତ ବିଭାଗ ରାସ୍ତା ର ଖଣ୍ଡାହତା ପୋଲ ନିକଟରେ ଆଜି ଅପରାହ୍ନ ରେ ଦୁଇ ବାଇକ ମୁଁହା ମୁହିଁ ଧକ୍କା ହୋଇଥିବାର ଦେଖିବାକୁ ମିଳିଛି |

ଦୁର୍ଘଟଣା ରେ ରାମଗଡ଼ ଗ୍ରାମ ର ଉଦ୍ଧବ ଭୋକ୍ତ (୨୭) ଗୁରୁତର ହୋଇଛନ୍ତି | ସେ କୈଣସି କାମରେ ଖଣ୍ଡାହତା କୁ ଯାଇ ନିଜ ଘରକୁ ଫେରୁଥିବା ସମୟରେ ଖଣ୍ଡାହତା ନିକଟରେ ପୋଲ ପାଖରେ ସାମ୍ନାରୁ ଆସୁଥିବା ଦୁଇ ବାଇକ ମୁଁହା ମୁହିଁ ଧକ୍କା ହୋଇଥିଲେ | ସ୍ଥାନୀୟ ତିଲେଶ୍ୱର ଅଞ୍ଚଳ ର କିଛି ଯୁବକ ଉଦ୍ଧବ ଭୋକ୍ତ ଙ୍କୁ ଗୁରୁତର ଅବସ୍ଥାରେ ଦେଖି ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ | ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଗୁରୁତର ଆହତ ମାନଙ୍କୁ ପୁରୁଣାକଟକ ରୁ ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି |