ଠିକାଦାର ସଂଘ ଆନୁକୂଲ୍ୟରେ ମନମୁଣ୍ଡା ରେ ବିଶ୍ୱକର୍ମା ପୂଜା ହର୍ଷ ଉଲ୍ଲାସର ସହ ଅନୁଷ୍ଠିତ

0
176

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୮/୦୯) : ଠିକାଦାର ସଂଘ ଆନୁକୂଲ୍ୟରେ ମନମୁଣ୍ଡା ରେ ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜା ଆନନ୍ଦ ଉଲ୍ଲାସ ସହ ଅନୁଷ୍ଠିତ ହୋଇ ଯାଇଛି । କରୋନା କଟକଣା,ମରୁଡି,ପ୍ରବଳ ଲଗାଣ ବର୍ଷା ରେ କ୍ଷୟକ୍ଷତି ପରିସ୍ଥିତି ଯୋଗୁଁ ସମସ୍ତ ଜାଗାରେ ନିରାଡ଼ମ୍ବର ଭାବେ ପୂଜା ଅନୁଷ୍ଠିତ ହୋଇଛି ।

ସ୍ଥାନୀୟ ପୂର୍ତ୍ତ ଓ ଡାକ ବଙ୍ଗଳା ରେ ଠିକାଦାର ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ପୂଜାରେ ସହକାରୀ ଯନ୍ତ୍ରୀ ଗୋବିନ୍ଦଚନ୍ଦ୍ର ନାୟକ କର୍ତା ଭାବେ ପୂଜାରେ ବସିଥିଲେ । ପୂଜାପରେ ଠିକାଦାର ସୁରେନ୍ଦ୍ର କୁମାର ମେହେର, ରାଜୁ ମେହେର,ବିପ୍ରଚରଣ ବେହେରା,ଶିବନାରାୟନ ଚୋଉଳିଆ,ସୁଧୀର ମହାକୁଡ଼,ଶିବଶଙ୍କର କର୍ଣ୍ଣ, ପବିତ୍ର କୁମାର ସାହୁ,ପଦ୍ମମୁଖ ସାହୁ,ଅମୀୟ ଦେହୁରୀ,କିରଣ ମହାନ୍ତି ପ୍ରମୁଖ ଭକ୍ତ ମାନଙ୍କୁ ପ୍ରଭୁଙ୍କ ଅନ୍ନ ପ୍ରସାଦ ପ୍ରଦାନ କରିଥିଲେ ।

ସେହିପରି ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ସୁନ୍ଦରଭାବେ ବିଦ୍ୟୁତ ସାଜସଜ୍ଜା ରେ ପୂଜା ଅନୁଷ୍ଠିତ ହୋଇଥିଲାବେଳେ ଉଠା ଜଳ ସେଚନ ବିଭାଗ ରେ ମଧ୍ୟ ଭଜନ କୀର୍ତ୍ତନ ସହ ପୂଜା କରାଯାଇଥିଲା । ଗାଡି ଚାଳକ ସଂଘ,ସମସ୍ତ ଦୋକାନ,ବ୍ୟବସାୟିକ ,ବୈଷୟିକ ପ୍ରତିଷ୍ଠାନ ମାନଙ୍କରେ ମଧ୍ୟ ଆନନ୍ଦ ର ସହ ପ୍ରଭୁଙ୍କ ପୂଜା କରାଯାଇଥିଲା ।