ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୮/୦୨) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦକ୍ଷିଣ ଓଡ଼ିଶା ଅର୍ଥଶାସ୍ତ୍ର ସଂଘ ପକ୍ଷରୁ ୭ମ ବାର୍ଷିକ ଜାତୀୟ ପାଠ୍ୟଚକ୍ର ଶୀର୍ଷକ “ପାରିବାରିକ କୃଷି କର୍ମ ଓ ବର୍ଷାଜଳ ଭିତ୍ତିକ କୃଷି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ” ଅନୁଷ୍ଠିତ ହୋଇଯାଇଛି ।
ଏହି ପାଠ୍ୟଚକ୍ରରେ ମୂଖ୍ୟ ଅତିଥି ଭାବେ ଜିଆଇଇଟି ବିଶ୍ଵବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ବର୍ତ୍ତମାନ ନୂତନ ପୀଢ଼ି ଗବେଷଣା ଓ ଦେଶର ପ୍ରଗତି ପାଇଁ ଆଗକୁ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ବିଶ୍ଵବିଦ୍ୟାଳୟର ଉପ ସଭାପତି ତଥା ଆବାହକ ଓ ପାଠ୍ୟଚକ୍ର ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ପାଠ୍ୟଚକ୍ରର ବିଷୟବସ୍ତୁ ସଂପର୍କରେ ଅବଗତ କରାଇଥିଲେ । ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ପ୍ରବିନ୍ ଝା ମୂଖ୍ୟବକ୍ତା ଭାବରେ ପାଠ୍ୟଚକ୍ର କୁ ସମ୍ବୋଧିତ କରିଥିଲେ । ସାଧାରଣ ସମ୍ପାଦିକା ଡ଼ଃ ସନ୍ଧ୍ୟା ରାଣୀ ଦାସ ସମ୍ପାଦକ ବିବରଣୀ ପାଠ କରିଥିଲେ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଭାଗବତ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଠ୍ୟଚକ୍ରକୁ ସମ୍ବୋଧିତ କରିଥିଲେ । ସଂଘ ସଭାପତି ପ୍ରଫେସର ମୃତ୍ୟୁଞ୍ଜୟ ମିଶ୍ର ସଭାପତି ବିବରଣୀ ପାଠ କରିଥିଲେ । ଏହି ପାଠ୍ୟଚକ୍ରର ଆନୁଷ୍ଠାନିକ ସଂପାଦକ ଡ଼ ସଦାନନ୍ଦ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ପରିଶେଷରେ ସଂଘର କୋଷାଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠ୍ୟଚକ୍ରରେ ରାଜ୍ୟ ଓ ରାଜ୍ୟ ବାହାରରୁ ଅନେକ ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ ।
ଏହି ଜାତୀୟ ପାଠ୍ୟଚକ୍ରକୁ ବିଶ୍ଵବିଦ୍ୟାଳୟର ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା,ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଥ ରାଓ, ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଏ ବି ଶ୍ରୀନିବାସ ରାଓ, ପରୀକ୍ଷା ନିରୀକ୍ଷକ ଡ଼ଃ ପି ବିଜୟ କୁମାର ସମେତ ସମସ୍ତ ବିଭାଗର ଡିନ, ବିଭାଗର ମୁଖ୍ୟ , ଅଧ୍ୟାପକ ,ଅଧ୍ୟାପିକା , ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ପାଠ୍ୟଚକ୍ରକୁ ଅଧ୍ୟାପିକା ଫୂର୍ତି ଫିଜା ପରିଚାଳନା କରିଥିଲେ ଓ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ନୀଳାଚଳ ଆଚାର୍ଯ୍ୟ, ଡ଼ଃ ପ୍ରେମଂଶୁ ଶେଖର ରଥ ପରିଚାଳନା କରିଥିଲେ ।