ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଓ ଆଶୀର୍ବାଦ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା

0
230

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୮/୦୯) : ଆଜି ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ମଧୁବାବୁ ପେନସନ ଯୋଜନl ରେ ୨୬ ଜଣ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ଆଶୀର୍ବାଦ ଯୋଜନl ବୌଦ୍ଧ ସଦର ମହକୁମା ର ୨୨ ଜଣ ଅନାଥ ଶିଶୁ ଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅନଲାଇନ ରେ ସହାୟତା ପ୍ରଦାନ କରାଯାଇଛି l

ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆଶୀର୍ବାଦ ଯୋଜନା ରେ ଜ଼ିଲ୍ଲା ର ସମୁଦାୟ ୩୦୨ ଜଣ ଅନାଥ ଶିଶୁ ବା ହିତାଧିକାରୀ ଙ୍କ ପାଇଁ ପ୍ରଥମ ମାସ ର ୧୫୦୦ ଟଙ୍କା ଲେଖାଏଁ ପ୍ରଶାସନ ମଞ୍ଜୁର କରିଥିବା ବେଳେ ଆସନ୍ତା ସୋମବାର ଦିନ ହରଭଙ୍ଗା ବ୍ଲକ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବିଷୟ ଡ଼ି.ଆଇ.ପି.ଆର.ଓ ମିସ ରିତା ବଳିୟାର ସିଂ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇ ହିତାଧିକାରୀ ଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପି ଡ଼ି ଡ଼ିଆର ଡ଼ି ଏ ବବିତା ରାଣୀ ଦଳ ବେହେରା, ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଯୋଗ ଦେଇ ଥିଲେ l