ବିପ୍ଲବୀ ସାରଂଗଧରଙ୍କ ପ୍ରତିମୂର୍ତ୍ତିରେ ଢେଙ୍କାନାଳ ଥିଙ୍କର୍ଷ ଫୋରୁମ ପକ୍ଷରୁ ଶ୍ରଦ୍ଧାଞ୍ଜଳି

0
162

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୮/୦୯) : ଆଜି ଢେଙ୍କାନାଳ ସହରର ବଳଦେବଜୀଉ ମନ୍ଦିର ନିକଟରେ ସ୍ଥାପିତ ହୋଇଥିବା ବିପ୍ଲବୀ ସାରଂଗଧରଙ୍କ ପ୍ରତିମୂର୍ତ୍ତିରେ ଢେଙ୍କାନାଳ ଥିଙ୍କର୍ଷ ଫୋରୁମ ତରଫରୁ ତାଙ୍କ ତିରୋଧାନ ଦିବସ ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ବିପ୍ଲବୀ ସାରଂଗଧରଙ୍କ ଅନ୍ଧାରିମୂଲକ ଶୋଷିତ ପ୍ରଜାମାନଙ୍କର ପ୍ରାଣକର୍ତ୍ତା ତଥା ଗଡ଼ଜାତ ଗାନ୍ଧୀ ରୂପେ ପରିଚିତ ହୋଇଥିଲେ । ୧୮୮୬ ମସିହାରେ ଢେଙ୍କାନାଳ ସହରର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସଂଗ୍ରାମୀ ସାରଂଗଧର ଦାସ ଙ୍କୁ ଢେଙ୍କାନାଳବାସୀ ତଥା ପ୍ରଶାସନ ତରଫରୁ ଉଚିତ ସମ୍ମାନ ପାଇନଥିବାରୁ ସଙ୍ଗଠନ ଦୁଃଖ ପ୍ରକାଶ କରିଛି । ସ୍ୱର୍ଗତ ଦାସଙ୍କ ବୈପ୍ଳବିକ କାର୍ଯ୍ୟ ଢେଙ୍କାନାଳ ତଥା ଆଜିର ଯୁବସମାଜ ପାଇଁ ଶିକ୍ଷଣୀୟ ବୋଲି ଅନୁଷ୍ଠାନର ସଭାପତି ମତ ରଖିଥିଲେ ।

ଆଜିର ଏହି ପୁଷ୍ପମାଲ୍ୟ ଅର୍ପଣ ଉତ୍ସବରେ ଢେଙ୍କାନାଳ ଥିଙ୍କର୍ଷ ଫୋରୁମ ର ସଭାପତି ସୋମେନ୍ଦୁ ଶତପଥୀ, ଉପସଭାପତି ନିମେଇଚାରଣ ସାହୁ, ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ରାଉତ, ଭୋଜରାଜ ସାହୁ, ବୈକୁଣ୍ଠନାଥ ଦ୍ୱିବେଦୀ, ବିଶ୍ୱଜିତ ବରାଳ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।