Friday, March 29, 2024

Top 5 This Week

Related Posts

ମୁନିଗୁଡା ରେ ଟ୍ରକ୍ ଚାପାରେ ଜଣେ ମୃତ : ଟ୍ରକ ସହ ଡ୍ରାଇଭର ଥାନାରେ ଅଟକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା,(୧୯/୦୯) : ମୁନିଗୁଡା ରେ ଟ୍ରକ୍ ଚାପାରେ ମୁନିଗୁଡା ପାଇକସାହି ର ସୁବାସ ଚନ୍ଦ୍ର ସାହୁ ମୃତ୍ୟୁ ବରଣ କରିଛନ୍ତି ।

ଆଜି ଭୋର ସମୟରେ ମୁନିଗୁଡା ରେ ସୁବାସ ତିନି କୋଣିଆ ଛକ ରେ ଯାଉଥିବା ସମୟ ରେ ପଛପଟୁ ରାୟଗଡା ଅଭିମୁଖେ ଯାଉଥିବା ଏପି 05TB 2359 ନମ୍ବର ଟ୍ରକର ପଛଚକା ଚାଲି ଯାଈଥିବା ବେଳେ ଅନ୍ୟ ଏକ ଟ୍ରକର ଆଗ ଚକା ଚାଲି ଯାଇଥିଲା । ଘଟଣାସ୍ଥଳରେ ସୁବାସ ଙ୍କ ମୃତ ଶରୀର ରେ ଚକା ଚଢିଯାଇ ଖଣ୍ଡ-ବିଖଣ୍ଡିତ ହୋଇଥିଲା ।

ଖବର ପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶଵ ଜଵତ କରି ବ୍ୟବଚ୍ଛେଦ ନିମନ୍ତେ ମୁନିଗୁଡା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ଏବଂ ପୋଲିସ ଇଉଡି କେସ୍ କରି ଟ୍ରକ ସହ ଡ୍ରାଇଭର କୁ ଥାନାରେ ଅଟକ ରଖାଯାଇଛି । ଶଵ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି ।

Popular Articles