ପଶ୍ଚିମ ଓଡ଼ିଶା ର ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ହେଲେ ସୃଷ୍ଟି ହେବ ରୋଜଗାର

0
182

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୯/୦୯) : ଦୀର୍ଘ ୭ ବର୍ଷ ହେଲା ବନ୍ଦ ଥିବା ପଶ୍ଚିମ ଓଡ଼ିଶା ର ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ ପ୍ରଚଳନ କରିବା ପାଇଁ ଗତ ୧ ତାରିଖ ରୁ ଚିନିକଳ ସମ୍ମୁଖରେ ଧାରଣାରେ ବସିଥିବା ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଭାପତି ଦିନ ୨ଟା ସମୟରେ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଗଣତନ୍ତ୍ର ରାଷ୍ଟ୍ରରେ ଶୃଙ୍ଖଳିତ ଭାବେ ନ୍ୟାର୍ଯ୍ୟା ଦାବୀ କରିବା ପାଇଁ ଧାରଣା ଦେବା ପରେ ଦାବୀକୁ କେତେ ଯୁକ୍ତିଯୁକ୍ତ ଚିନ୍ତା କରି ପୂରଣ ହୋଇଥାଏ ।

ଧାରଣା ମାଧ୍ୟମରେ ଦାବୀ କରିବାକୁ ହଜାର ହଜାର ଆଖୁଚାଷୀ, କର୍ମଚାରୀ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପଶ୍ଚିମ ଓଡ଼ିଶା ର ବିଜୟାନନ୍ଦ ଚିନିକଳରୁ ଚଳୁଥିବା ସାଧାରଣ ଲୋକଙ୍କ ସମର୍ଥନ ଅଛି । ନିଶ୍ଚିତ ଭାବେ ପୂରଣ ହେବ ହୁଏତ ବିଳମ୍ବ ହୋଇପାରେ ବୋଲି କହିଛନ୍ତି । ଧାରଣା ମାଧ୍ୟମରେ ଆସନ୍ତା ୨୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସୁଥିବାରୁ ତାଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟି ଅନୁରୋଧ କରାଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଏହି ଧାରଣାରେ ଶତାଧିକ ଲୋକ ସାମିଲ ହେବାକୁଥିବା ବେଳେ ବାଇକରେ ବଲାଙ୍ଗିର ଆରଟିଓ ଅଫିସ ଛକ ପର୍ଯ୍ୟନ୍ତ ଯିବା ପରେ ଚାଲି ଚାଲି ଯାଇ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦ ଥିବା ଚିନିକଳ କୁ ଚଲାଇ ହଜାର ହଜାର ପରିବାରକୁ କର୍ମନିଯୁକ୍ତି ଦେବାକୁ ଅନୁରୋଧ କରିବୁ । ଯେତେ ଦିନ ପର୍ଯ୍ୟନ୍ତ ଚିନିକଳ ଚଳିବା ନେଇ ନିର୍ଭର ପ୍ରତିଶୃତି ନ ମିଲିବ ଧାରଣା ଜାରି ରହିବ ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଭାପତି ଡ. ବିପିନ କୁଶଲିଆ କହିଛନ୍ତି ।

ଏହି ସମ୍ବାଦିକ ସମ୍ମିଳନୀରେ ଭିଲେଜର୍ସ ଇଣ୍ଡିଆ ପାର୍ଟି, ଆଦିବାସୀ ଅଧିକାର ସଂଘ, ଚିନିକଳ କର୍ମଚାରୀ ସଂଘ, ପଶ୍ଚିମ ଓଡ଼ିଶା ସେବା ସଂଘ ପକ୍ଷରୁ ନେତୃତ୍ୱ ନେଉଥିବା କର୍ମକର୍ତ୍ତା ଓ ଚାଷୀମାନେ ଯୋଗଦେଇଥିଲେ ।

ସୂଚନା ଯୋଗ୍ୟ ଯେ, ଗତ ୧ ତାରିଖ ଠାରୁ ଦେଓଗାଁ ଚିନିକଳ ସମ୍ମୁଖରେ ପ୍ରତିଦିନ ଭିଲେଜର୍ସ ଇଣ୍ଡିଆ ପାର୍ଟିର ନେତୃତ୍ୟ ଓ ଆଦିବାସୀ ଅଧିକାର ସଂଘ, ଚିନିକଳ କର୍ମଚାରୀ ସଂଘ, ପଶ୍ଚିମ ଓଡ଼ିଶା ସେବା ସଂଘ ସହଯୋଗରେ ଧାରଣା ଜାରି ରହିଛି । ବିଭିନ୍ନ ସମୟରେ ଧାରଣା ସ୍ତଳକୁ ଆସି ଶିକ୍ଷାବିଦ, ବୁଦ୍ଧିଜୀବୀମାନେ ମାନସିକ ସମର୍ଥନ ଦେଇ ଆସୁଛନ୍ତି ।

ପଶ୍ଚିମ ଓଡିଶାର ଏହି ବିଜୟାନନ୍ଦ ଚୀନକଳ ପୁନଃ କାର୍ଯ୍ୟକାରୀ କରିବା ନେଇ ସରକାର ଉଚିତ ପଦକ୍ଷେପ ନେଲେ ଅନେକ ରୋଜଗାର ସୃଷ୍ଟି ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲ ରେ ମତପ୍ରକାଶ ପାଉଛି ।