ବୌଦ୍ଧ ହରଭଙ୍ଗା ରୁ ନିଖୋଜ ଯୁବତୀ ଔପଦାରୁ ଉଦ୍ଧାର : ନିଖୋଜ ହେବା ପଛର ପ୍ରକୃତ କାରଣ ଅସ୍ପଷ୍ଟ

0
317

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୯/୦୯) : ଗତ ୧୭ ତାରିଖ ଦିନ ବୌଦ୍ଧ ହରଭଙ୍ଗା ବ୍ଲକ ଅଞ୍ଚଳ ରୁ ନିଖୋଜ ଥିବା ହରଭଙ୍ଗା ଥାନା ଭଗାମୁଣ୍ଡା ଗ୍ରାମର ଜଣେ ଯୁବତୀ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳ ରୁ ଆଜି ଉଦ୍ଧାର ହୋଇଥିବା ଜଣା ପଡିଛି l

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ହରଭଙ୍ଗା ଥାନା ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମର ଜଣେ ୨୮ ବର୍ଷର ଯୁବତୀ ଗତ ୧୭ ତାରିଖ ଦିନ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ପୁରୁଣା କଟକ ମେଡିକାଲକୁ ଯାଇ ଘରକୁ ଫେରିନଥିଲେ । ଘର ଲୋକେ ନିଜର ସମ୍ପର୍କୀୟ ଓ ଜ୍ଞାତି କୁଟୁମ୍ବ ଙ୍କୁ ପଚରା ଉଚରା କରି କୌଣସି ପତ୍ତା ପାଇନଥିଲେ l ଯୁବତୀ ଜଣକ ନିଖୋଜ ଥିବା ସମ୍ପର୍କରେ ଗତ ୧୭ ତାରିଖରେ ପରିବାର ଲୋକ ହରଭଙ୍ଗା ଥାନା ରେ ଅଭିଯୋଗ କରିଥିଲେ ।

ହରଭଙ୍ଗା ପୋଲିସର ଏକ ଟିମ ବାଲେଶ୍ଵର ଜିଲ୍ଲା ଔପଦା ଥାନା ପୋଲିସର ସହାୟତାରେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ତାଙ୍କୁ ହରଭଙ୍ଗା ଥାନାକୁ ଆଣି ପଚରା ଉଚରା କରିବା ପରେ ନିଖୋଜ ହେବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରା ଯାଉଛି l