Friday, March 29, 2024

Top 5 This Week

Related Posts

ମିଳିତ ପୂଜା ବଜାର କମିଟିର ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୯/୦୯) : ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀପୂଜା ପାଇଁ ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାରୀ କରିଅଛି । ଆସନ୍ତା ମାସ ୧୯ ତାରିଖରୁ ଲକ୍ଷ୍ମୀପୂଜା ଆରମ୍ଭ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ସମ୍ବନ୍ଧୀୟ ଏକ ବୈଠକ ମିଳିତ ପୂଜା ବଜାର କମିଟିର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଅନ୍ତର୍ଗତ ସୁର୍ଯ୍ୟ ମଣ୍ଡପ ଠାରେ ଆଜି ସଂଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ବୈଠକକୁ ମିନାବଜାର ପୂଜା କମିଟିର ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା । ପୁନର୍ବାର ବିଶ୍ୱନାଥ ବେହେରାଙ୍କୁ ମିଳିତ ପୂଜା ବଜାର କମିଟିର ସଭାପତି ରୂପେ ଘୋଷଣା କରାଯାଇଥିଲା । ଆଜିର ଏହି ବୈଠକରେ ୩୮ ଟି ପୂଜା ବଜାର କମିଟି ଏକତ୍ରିତ ହୋଇ ଲକ୍ଷ୍ମୀପୂଜା ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ ।

ଲକ୍ଷ୍ମୀପୂଜା ରେ ମଣ୍ଡପ ଗୁଡିକୁ ସାନିଟାଇଜ କରିବା, ସର୍ବସାଧାରଣ ଦର୍ଶନ ସୁଯୋଗ ଦେବା, ଲଗାତାର ବିଦ୍ୟୁତ ସରବରାହ ରହିବା, ସହରର ବୁଲା ଗାଈଗୋରୁମାନଙ୍କୁ ହଟାଯିବା, ଟ୍ରାଫିକ ସମସ୍ୟା ଦୂରୀକରଣ, ମା ଙ୍କ ବିସର୍ଜନ ହେଉଥିବା ବଡଶଙ୍ଖ ସ୍ଥାନଟିକୁ ପରିଷ୍କାର କରାଯିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ମିଳିତ ପୂଜା ବଜାରକମିଟିର ସଦସ୍ୟମାନେ ଦାବିକରିଥିଲେ ।

ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା କୁ କିଭଳିଭାବେ ସୁଚାରୁରୂପେ ପାଳନ କରାଯିବ ସେଥିପାଇଁ ଗୁରୁତ୍ୱ କରାଯାଇଥିଲା । ମାଆ ଙ୍କର ପୂଜା ଆସନ୍ତା ଅକ୍ଟୋବର ମାସ ୧୯ ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି କିଭଳି ଭାବେ ସୁରୁଖୁରୁରେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ହେବ ତାହାଉପରେ ଗୁରୁତ୍ୱାରୋପ ଦିଆଯାଇଛି ।

ଏହିବର୍ଷ କୋରନା ନିୟମ ଅନୁଯାୟୀ ଭାଷାଣି ଉତ୍ସବ ହେବନାହିଁ ବୋଲି ମଧ୍ୟ କମିଟିରେ ସ୍ଥିର କରାଯାଇଥିଲା । କୋଭିଡ଼ ନିୟମ ମଧ୍ୟରେ ନିରାଡ଼ମ୍ବର ଭାବେ କିଭଳି ଭାବେ ଜନସାଧାରଣ ମା ଙ୍କୁ ଦର୍ଶନ କରିପାରିବେ ତାହା ଆଲୋଚନା ହୋଇଯାଇଥିଲା । ପରିଶେଷରେ ଲକ୍ଷ୍ମୀବଜାର ପୂଜାକମିଟିର ସଦସ୍ୟ ମାୟାଧର ପତ୍ର ଧନ୍ୟବାଦ ଅର୍ପଣ କରିବା ପରେ ସଭା ସଙ୍ଗ ହୋଇଥିଲା ।

Popular Articles