Friday, March 29, 2024

Top 5 This Week

Related Posts

ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୯/୦୯) : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ ଙ୍କ ତତ୍ବାବଧାନରେ ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଅଛି ।WhatsApp Image 2021 09 20 at 10.00.11 AM ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ରେ ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୩୩ ୧ଟି ମାମଲା ଫଏସଲା କରାଯାଇଅଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୩୧ଟି , ବିବାହ ଏବଂ ପାରିବାରିକ ମାମଲା ୨୪ ଟି , ଦେଓନୀ ମାମଲା ୧୩୨ ଟି , ବିଭିନ୍ନ ପ୍ରକାରର ଫୋୖଜଦାରୀ ମାମଲା ୧୪୪ ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି ।

ମୋଟର ଦୁର୍ଘଟଣା ଜନିତ ପ୍ରାପ୍ୟ ବାବଦକୁ ଟ .୯୭ ,୧୦,୦୦୦ / – ପ୍ରଦାନ କରାଯାଇଅଛି ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେ ଜୋରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ଟ .୧୨,୧୯,୦୦୦ / – ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଅଛି ।

ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ସାହୁ , ପାରିବାରିକ ଅଦାଲତର ବିଚାରପତି ସୂର୍ଯ୍ୟନାରାୟଣ ଦ୍ବିବେଦି , ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀ ରାଜ୍‌କିଶୋର ମହାପାତ୍ର , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ର ମୁକ୍ତିଙ୍ଗଳନ ଶତପଥୀ , ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ , ଅତିରିକ୍ତ ବରିଷ୍ଟ ଦେୱାନୀ ଅଦାଲତ ବିଚାରପତି ଲୋପାମୁଦ୍ରା ପଣ୍ଡା , ବରିଷ୍ଟ ଦେୱାନୀ ଅଦାଲତ ( ଏଲ.ଆର.ଓଏଲ୍ . ଟି.ଭି ) ବିଚାରପତି ଶ୍ରୀ ସୁଶିଲ କୁମାର ସାହୁ , ବରିଷ୍ଟ ଦେୱାନୀ ବିଚାରପତି ( ମହିଳା ଅଦାଲତ ) ଶ୍ରୀମତୀ ସାବିତ୍ରୀ ନାୟକ , ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ସଂନ୍ଧ୍ୟା ରଥ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନା କରିଥିଲେ ।

ଉକ୍ତ ଲୋକ ଅଦାଲତ ରେ ରେଜିଷ୍ଟ୍ରର ସିଭିଲକୋର୍ଟ ଶ୍ରୀ ଚିନ୍ମୟ ମିଶ୍ର ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ଶ୍ରୀ ସୁକାନ୍ତ କିଶୋର ଜେନା , ସରକାରୀ ଆଇନଜୀବି ଶ୍ରୀ ପତିତପାବନ ମହାପାତ୍ର , କନସିଲିଏଟର , ସ୍ମୟୀ ଏବଂ ନିରନ୍ତର ଲୋକ ଅଦାଲତ ସୁଭାସିନି ମହାକୁଡ , ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତକୁ ପରିଚାଳନା କରିଥିଲେ ।

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲଲୟର , ପି.ଏଲ. ଭି . , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲକୋର୍ଟ ର ସମସ୍ତକର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରରପେ ପରିଚାଳନା କରିବାରେ ସହାୟତା କରିଥିଲେ ।

Popular Articles