ମା ସିଦ୍ଧି ବାସେଳି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

0
162

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୯/୦୯) : ଆଜି ଢେଙ୍କାନାଳ ସହର ସ୍ଥିତ ଭାଗିରଥି ସାଗରର ପୂର୍ବ ପାର୍ଶ୍ଵରେ ମା ସିଦ୍ଧି ବାସେଳି ପୂଜା ପାଇ ଆସୁଥିବା ପୀଠରେ ମା’ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 09 20 at 10.01.28 AM ମା ସିଦ୍ଧି ବାସେଳି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

ଆଜିର ଏହି ପ୍ରସ୍ତୁତି ବୈଠକ ଢେଙ୍କାନାଳର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇଥିଲେ । ଉକ୍ତ ସଭାରେ ମା ସିଦ୍ଧି ବାସେଳି ମନ୍ଦିର ସମିତିର ଉପ ସଭାପତି ଶ୍ରୀଯୁକ୍ତ ନାରାୟଣ ବେହେରା ସଭା ପରିଚାଳନା କରିଥିଲେ । ଏହି ସଭାରେ ଢେଙ୍କାନାଳର ୮ ଟି ବ୍ଲକ, ୪ ଟି NAC ରୁ ୨ ଜଣ ଲେଖାଏଁ ସଂଯୋଜକ ସ୍ଥିର କରିବାପାଇଁ ନିଷ୍ପତି ନିଆଯାଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୈବର୍ତ୍ତ ଜାତିର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ସଭା କାର୍ଯ୍ୟରେ ଜିଲ୍ଲାର ସଭାପତି ରୁଦ୍ରନ୍ତ ଦଳେଇ ମଞ୍ଚ ପରିଚାଳନା କରିଥିଲେ ।

ଉକ୍ତ ସଭାରେ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସେଠ ,ଶ୍ରୀ ନାରାୟଣ ବେହେରା ,ଜିଲ୍ଲାର ପୂର୍ବତନ ଚେୟାରମ୍ୟାନ ରେବତୀ ବେହେରା, ଶ୍ରୀ ମଦନ ମୋହନ ବେହେରାଙ୍କ ସମେତ ୩୦ ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ମଦନ ମୋହନ ବେହେରା ଧନ୍ୟବାଦ ଅର୍ପଣ କରିବା ସହ ସଭାପତିଙ୍କ ଅନୁମତିରେ ସଭାକୁ ଭଙ୍ଗ କରିଥିଲେ ।