ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ଇତିହାସ ସୃଷ୍ଟି

0
196

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୦/୦୯) : ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି । କେପ୍ କାନଭେରାଲ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ୨ ଜଣ ବିଜୟୀଙ୍କ ସହ ଜଣେ ସ୍ୱାସ୍ଥ୍ୟ କର୍ମୀ ଓ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିବା ଧନୀକ ବ୍ୟକ୍ତିଙ୍କୁ ନେଇ ପ୍ରଥମ ମହାକାଶ ଯାତ୍ରା ଆରମ୍ଭ କରିଥିଲା ସ୍ପେସ୍-ଏକ୍ସ ମହାକାଶ ଯାନ ।

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ଠାରୁ ୧୬୦ କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ କକ୍ଷପଥରେ ଥାଇ ପୃଥିବୀ ଚାରିପଟେ ୩ ଦିନ ବୁଲିବା ପରେ ଏହା ଫ୍ଲୋରିଡା କୂଳ ସମୁଦ୍ର ତଟରେ ୪ ଜଣ ସାଧାରଣ ପର୍ଯ୍ୟଟକଙ୍କୁ ସ୍ପେସ୍-ଏକ୍ସ ମହାକାଶଯାନ ଅବତରଣ କରାଇଛି | ଗତ ଜୁଲାଇ ମାସରେ ଅନ୍ୟ ୨ ଜଣ କୋଟିପତି ମହାକାଶ ପର୍ଯ୍ୟଟନ ରେ ଖୁବ୍ କମ ସମୟ ପାଇଁ ଯାଇ ସୁରକ୍ଷିତ ଫେରି ଆସିଥିଲେ ।

ଏହି ଅଭିଯାନର ନେତୃତ୍ୱ ନେଇଥିବା ୩୮ ବର୍ଷିୟ ଜରେଡ୍ ଇସା କମୈନ୍, ୨୯ ବର୍ଷିୟା ଉବ୍ରି ହେଲେ ଆର୍ସେନେକ, ୪୨ ବର୍ଷିୟ କ୍ରିସ୍ ସେମ୍ବ୍ରୋସ୍କି, ଓ ୫୧ ବର୍ଷିୟ ଜଣେ ଶିକ୍ଷକ ସିୟାନ୍ ପ୍ରୋକ୍ଟର । ଏହା ଥିଲା ପ୍ରଥମ ଘରୋଇ ମହାକାଶ ଯାନ । ମହାକାଶକୁ ଯିବା ଓ ପ୍ରତ୍ୟାବର୍ତ୍ତନ କରିବା ସମୟ ସବୁକିଛି ନିର୍ଦ୍ଧାରିତ ହୋଇଥିଲା ।