ରେଳ ବିଭାଗ ର ମନମୁଖୀ ଶାସନ : କମ ଉଚ୍ଚତା ସମ୍ପନ୍ନ ଫାଟକ ନିର୍ମାଣ, ଯାତାୟତ ରେ ବାଧା ସୃଷ୍ଟି

0
469

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,ତା(୧୯/୯) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଜେକେପୁର ଉପକଣ୍ଠ ସିଙ୍ଗାପୁର ଷ୍ଟେସନ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ରେଳ ବିଭାଗ ଦ୍ଵାରା ୩ୟ ଲାଇନ କାମ ଚାଲୁଥିବା ବେଳେ ଠିକ ରେଳବାଇ ଓଭରବ୍ରିଜ ନିକଟ ପୂର୍ତ୍ତ ବିଭାଗ ରାସ୍ତା ରେ ବିଭାଗ ପକ୍ଷରୁ କମ ଉଚ୍ଚତା ସମ୍ପନ ଲୁହା ଫାଟକ ଗତକାଲି ନିର୍ମାଣ କରାଯାଇଥିଲା ।

କମ ଉଚ୍ଚତା ଥିବା ଯୋଗୁଁ ଏହି ଲୁହା ଫାଟକ ଦେଇ କୌଣସି ଯାତ୍ରୀବାହୀ ବସ କିମ୍ୱା ମାଲ ବୋଝେଇ ଟ୍ରକ ଯାତାୟାତ ରେ ବାଧା ସୃଷ୍ଟି ହେଉଛି । ରେଳ ବିଭାଗ ପକ୍ଷରୁ ଗତକାଲି ଏଠାରେ ଫାଟକ ନିର୍ମାଣ କରାଯାଇଥିଲା । ଆଜି ସକାଳୁ ରାୟଗଡା ଠାରୁ କଲ୍ୟାଣସିଂପୁର ଯିବା ବସ ଟ୍ରକ ଓ କଲ୍ୟାଣସିଂପୁର ଠାରୁ ରାୟଗଡା ଅଭିମୁଖେ ଆସୁଥିବା ସମସ୍ତ ଯାନବାହାନ ଏଠାରେ କୌଣସି ବିକଳ୍ପ ବ୍ୟବସ୍ଥା ନପାଇ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା । କୌଣସି ମାପ ନ ନେଇ ରେଳ ବିଭାଗ ଇଚ୍ଛା ମୁତାବକ ଏଭଳି କମ ଉଚ୍ଚତା ସମ୍ପନ ଫାଟକ ନିର୍ମାଣ କରିଥିବା ଯୋଗୁଁ ବସ କିମ୍ବା ଟ୍ରକ ଏହା ମଧ୍ୟ ଦେଇ ଯାଇ ନ ପାରି ପ୍ରାୟ ୨ଘଣ୍ଟା କାଳ ରାସ୍ତା ଜାମ ହୋଇଥିଲା ।

ଫଳରେ ବସ ରେ ଥିବା ଯାତ୍ରୀଙ୍କ ସମେତ କିଛି ରୋଗୀ ମଧ୍ୟ ଘଣ୍ଟା ଘଣ୍ଟା ଧରି ପ୍ରଭାବିତ ହୋଇଥିଲେ । ଚାନ୍ଦିଲି ପୋଲିସ ଖବର ପାଇ ଉକ୍ତ ସ୍ଥାନ ରେ ପହଞ୍ଚି ପରେ ଟ୍ରାଫିକ ଜାମ ସ୍ୱାଭାବିକ ହୋଇଥିଲା । କିନ୍ତୁ ଆଜି ଦିନସାରା ରାୟଗଡା ଠାରୁ କଲ୍ୟାଣସିଂପୁର କୁ କୌଣସି ବସ କିମ୍ବା ଟ୍ରକ ଯାଇପାରୁ ନ ଥିବା ସୂଚନା ମିଳିଛି ।