ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ

0
153

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ
ନବରଙ୍ଗପୁର,(୧୯/୦୯) : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ. ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 09 20 at 10.05.55 AM ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ରେ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଗୋଟିଏ (୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୫,୧୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି ଓ ୨ ଗୋଟି Execution Petition ମଧ୍ୟ ଫଇସଲା କରିଛନ୍ତି । ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀଯୁକ୍ତ. ସଞ୍ଜୟ କୁମାର ସାହୁ ୭ ଗୋଟି ପାରିବାରିକ ବିବାଦ କେସ ରେ ଆପୋଷ ମିଳାମିଶା କରାଇଛନ୍ତି ।

ଏହି ୭ ଗୋଟି କେସ ମଧ୍ୟରୁ ଗୋଟିଏ କେସ ରେ ପରିବାର ବିଚାର ବିଭାଗୀୟ ଜର୍ଜ ଶ୍ରୀଯୁକ୍ତ. ସଞ୍ଜୟ କୁମାର ସାହୁ ଓ ଆଇନଜୀବି ଶ୍ରୀଯୁକ୍ତ ଗୋପାଳ ଶତପଥୀଙ୍କ ପ୍ରୟାସ କ୍ରମେ ଦୀର୍ଘ ୮ ବର୍ଷ ପରେ ସ୍ଵାମୀ ଶରତ ପଣ୍ଡା ଓ ସ୍ତ୍ରୀ ନମିତା ପଣ୍ଡାଙ୍କ ମଧ୍ୟରେ ଆପୋସ ମିଳାମିଶା ହୋଇପାରିଛି । ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରି ଶ୍ରୀଯୁକ୍ତ. ସୁଦାମ ଚରଣ ଦାସ ୫ ଟି Bailer Misc. ମକଦ୍ଦମା ର ଫଇସଲା କରିଛନ୍ତି ।

ବରିଷ୍ଟ ଦେବାନୀ ଜଜ ଶ୍ରୀଯୁକ୍ତ ରାଜ କିଶୋର ଜେନା ୨ ଗୋଟି ଦେବାନୀ କେସର ଫଇସଲା କରିଛନ୍ତି । ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ୬ ଟି କେସର ଫଇସଲା କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ୨ ଟି ପ୍ରାକ ମକଦ୍ଦମା ଆପୋଷ ମିଳାମିଶା କରିଛନ୍ତି । ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା ୩୫ ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି । ଏହି ଲୋକ ଅଦାଲତରେ ବ୍ୟାଙ୍କର ୫୫ ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ଟ. ୨୨,୮୨,୬୪୧/- ରୁଣ ଆଦାୟ କରାଯାଇଛି ।

ଏହି ଲୋକ ଅଦାଲତ ରେ ସର୍ବମୋଟ ୮୮ ଗୋଟି କୋର୍ଟ କେସ ର ଫଇସଲା କରାଯାଇଛି । ଏହି ଲୋକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ପ୍ରଣୟ କୁମାର ଦାସ, ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ସୁମନ୍ତ କୁମାର ପଟ୍ଟନାୟକ ଓ ଶ୍ରୀମତୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ଏହି ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।