Thursday, March 28, 2024

Top 5 This Week

Related Posts

ମହିବାହାଲ ଗ୍ରାମ ରେ ଅଙ୍ଗନ ୱାଡି ଶିଶୁଙ୍କ ଭବିଷ୍ୟତ ଅନ୍ଧାର : ନୂତନ ଗୃହ ନିର୍ମାଣ ନିମ୍ନ ମାନର ଅଭିଯୋଗ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୦/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହିବାହାଲ ଗ୍ରାମ ରେ ଶିଶୁଙ୍କ ଭବିଷ୍ୟତ ଗଢିବା ପାଇଁ ତିଆରି ହୋଇଥିବା ନୂତନ ଅଙ୍ଗନ ୱାଡି ଗୃହ ର ଅଭାବ ନିୟ, ନିମ୍ନ ମାନର କାମର ଆଜି ପର୍ଦାଫାଶ ହୋଇଛି |

ବିଗତ ପଞ୍ଚାୟତ ନିର୍ବାଚନ ରୁ ତିଆରି ହୋଇଥିବା ମହିବାହାଲ ଗ୍ରାମ ରେ ନୂତନ ଅଙ୍ଗନ ୱାଡି ଗୃହ କାର୍ଯ୍ୟ ସଂପୂର୍ଣ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ତରଫରୁ ହସ୍ତାନ୍ତର ହୋଇନଥିବାର ସୂଚନା ମିଳିଛି | ଗାଈ, କୁକୁର ଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି ଶିଶୁଙ୍କ ଭବିଷ୍ୟତ ତିଆରି କରିବା ପାଇଁ ହୋଇଥିବା କାରଖାନାରେ | ୫ ବର୍ଷ ନପୂରୁଣୁ, ଶିଶୁ ପାଠ ନ ପଡ଼ୁଣୁ ସର୍ବ ପ୍ରଥମେ ଅଙ୍ଗନବାଡି କର୍ମୀଙ୍କୁ ଗୃହ ହସ୍ତାନ୍ତର ନକରିବା ପୂର୍ବରୁ ଗୃହ ର କାନ୍ଥ ଫାଟିବା ଜନସାଧାରଣ ଙ୍କ ଦୃଷ୍ଟି ରେ ଆସିଛି |

ଗୃହ ନିର୍ମାଣ ନିମ୍ନ ମାନର ହୋଇଥିବାସାଙ୍ଗକୁ ୫ ଇଞ୍ଚ ର କାନ୍ଥ, ଗୋଦାମ ଗୃହ ଫାଙ୍କା କାନ୍ଥ, ଲାଟିନ ଗୃହ ସାଧାରଣ ରେ ଦିଆଯାଇଥିବା ପାନ, ପାଣିଟାଙ୍କି ଓଲଟା ଥାଇ ବି କେମିତି କଣ୍ଟ୍ରାକ୍ଟର କୁ ଦିଆ ଗଲା ଏହି ଗୃହ ର ବିଲ ଏହା ଆଲୋଚନା ର ବିଷୟ | ସରକାରୀ ଯନ୍ତ୍ରୀ ତଦାରଖ ରେ ଥିଲେ କି ନାହିଁ ? କି ପ୍ରଶାସନ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ହୋଇଛି ଉତ୍ତର ମାଗୁଛିନ୍ତି ମହିବାହାଲ ର ଭବିଷ୍ୟତ ର ନାଗରିକ ମାନେ | ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପ୍ରଶାସନ ର ନିଜର ନୁହେଁ ସାଧାରଣ ଜନତାଙ୍କ ର | ତେଣୁ ଜନତାଙ୍କ ପେଟରେ ନାତ ମାରି ଶିଶୁଙ୍କ ଭବିଷ୍ୟତ ଅନ୍ଧାର କରି ଠିକାଦାର ଙ୍କୁ ପୋଷିବା ରାଜନୈତିକ ର କୈlଣସି ଧାରା ରେ ନାହିଁ |

ନୂତନ ଗୃହ ରେ ବନ୍ଦ ଥିବାରୁ ଅଙ୍ଗନବାଡି ର ଯେକୌଣସି କାର୍ଯ୍ୟକ୍ରମ ପରିସର ଭିତରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ହେଉଛି | ଏହା ଏକ ଲଜ୍ୟା ଜଣକ ଘଟଣା | ଯଦି ଶିଶୁଙ୍କ ଭବିଷ୍ୟତ ଜୀବନ ଉପରେ ଏମିତି ଖେଳ ଖେଳିବl କେତେଦୂର ଗ୍ରହଣୀୟ | ପ୍ରଶାସନ ର ବେଫିକର ଯୋଗୁଁ ଏଭଳି ମହିବାହାଲ ଅଙ୍ଗନବାଡି ଗୃହ ସମେତ ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ ଜନସାଧାରଣ ଅସୁବିଧା ରେ ପଡୁଛନ୍ତି |

ଏଣୁ ଗ୍ରାମ ବାସୀଙ୍କ ଅଭିଯୋଗ ଯଥାଶୀଘ୍ର ପ୍ରଶାସନ ଓ ହରଭଙ୍ଗା BDO ମହୋଦୟ ଏହି ଅଙ୍ଗନବାଡି ଗୃହ ର ତଦାରଖ କରି ବାକିଥିବା କାମକୁ ସଂପୂର୍ଣ କରି କାର୍ଯ୍ୟ କରିଥିବା ଠିକାଦାର ଓ ଯନ୍ତ୍ରୀ ଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରାଯାଉ |

Popular Articles