Friday, March 29, 2024

Top 5 This Week

Related Posts

କନ୍ଧକାତିପାଡୁ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ : ରାସ୍ତା ନା ମରଣ ଯନ୍ତା !

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୧୮/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ରାସ୍ତା ମରଣ ଯନ୍ତା ପାଲଟିଛି । ପଲମା ଠାରୁ ଥେରୁବାଲି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କରାଯାଇଛି । ତାହା କାର୍ଯ୍ୟ ସାରିବାର ୭ ମାସ ପରେ ସେଥିରୁ ପିଚୁ ବାହାରି ଖାଲ ଖମାରେ ପରିପୂର୍ଣ୍ଣ ହୋଇଛି ।WhatsApp Image 2021 09 20 at 11.01.35 AM କନ୍ଧକାତିପାଡୁ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ : ରାସ୍ତା ନା ମରଣ ଯନ୍ତା !

କନ୍ଧକାତିପାଡୁ ପଞ୍ଚାୟତର ରାସ୍ତା କୁ ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଯେମିତି ଖାଲଖାମା ସେମିତି ହୋଇ ରହିଯାଉଛି । ଏହିସ୍ଥାନରେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ଏହି ରାସ୍ତାରେ କଲ୍ୟାଣସିଂହପୁର ଠାରୁ ରାୟଗଡା ଓ ରାୟଗଡା ଠାରୁ କଲ୍ୟାଣସିଂହପୁର ଅଭିମୁଖେ ଘରେଇ ବସ ଚଳାଚଳ କରୁଥିବା ବେଳେ ଦୁଇ ,ତିନି ଓ ଚାରି ଚକିଆ ଯାନବାହାନ ମଧ୍ୟ ଯାତାୟାତ କରୁଛି ।ଏହି ରାସ୍ତା ଟି ନିମ୍ନମାନର କରାଯାଇଥିବା ଯୋଗୁଁ ଦବି ଯାଉଛି ।

ଏହି ରାସ୍ତା କୁ ତୁରନ୍ତ ଭଲ ଭାବରେ ମରାମତି କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି । ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ରାସ୍ତା ର ନିଲାମ (ଟେଣ୍ଡର) କରାଯାଇଛି ।ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

Popular Articles