ବିଷମକଟକ ରାଧାକାନ୍ତ ମନ୍ଦିର ପରିସରରେ ଭାଗବତ ପରାୟଣ ଅନୁଷ୍ଠିତ

0
328

ରିପୋର୍ଟ : ନରୋତ୍ତୋମ ପାଢ଼ୀ
ବିଷମକଟକ,(୨୧/୦୯) : ବିଷମକଟକ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ତିନି ଦିନ ଧରି ଭାଗବତ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 09 21 at 6.53.13 AM 1 ବିଷମକଟକ ରାଧାକାନ୍ତ ମନ୍ଦିର ପରିସରରେ ଭାଗବତ ପରାୟଣ ଅନୁଷ୍ଠିତ

ବିଷମକଟକ ରାଧାକାନ୍ତ ମନ୍ଦିର ପରିସରରେ ପ୍ରତ୍ୟକ ବର୍ଷ ଭାଦ୍ରବ ପୁର୍ଣିମା ଦିନ ଭାଗବତ ଜନ୍ମଉତ୍ସବ ଭାବେ ଅଖଣ୍ଡ ଭାଗବତ ପରାୟଣ କାର୍ଯ୍ୟକ୍ରମ ହୋଇଆସୁଅଛି ।

ଏହି କାର୍ଯ୍ୟକ୍ରମ ବିଷମ କଟକର ଭଗବତ ଟୁଙ୍ଗି କର୍ମକର୍ତ୍ତା ଶ୍ରୀ ଯୁକ୍ତ ସୁବାଷ ବକ୍ସି, ଶିଵ ରାମ ରଥ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ବେଳେ ପ୍ରସାଦ ଦାସ, କୈଳାସ ପଣ୍ଡା, ଅକ୍ଷୟ ରଣା,ଗୋପ ସୁନ୍ଦର ସାହୁ, ବାଳ ମୁକୁନ୍ଦ ପାଳ, ରବୀନ୍ଦ୍ର ପଣ୍ଡା,ଦେବୀ ପଟ୍ଟନାୟକ, ଲକ୍ଷ୍ମଣ ବେହେରା, ରାମ ରଥ,ସୁକାନ୍ତ ବେହେରା, କୃଷ୍ଣ ଗୌଡ଼, ନରତ୍ତମ ପାଢୀ ,ଅନିତା ପିଡ଼ିକାକା, ଅଂଶୁ ମାନ ପାଲକା, ଅମିତ କୁମାର ପାଢୀ ,ଉମା ଶଙ୍କର ଶାବତ, ଅରୁଣ କୁମାର ଦାସ, ସନ୍ତୋଷ କୁମାର ବେହେରା, ପରିଚାଳନା ଦାୟିତ୍ୱ ରେ ଥିବାବେଳେ ପରାୟଣ ରେ କେଶବ ରଥ ,ସପନ ରଥ, ବ୍ରଜ ରଥ, ବୀରେନ କୁମାର ନାୟକ, ଅରୁଣ ହୋତା, ଭାଗ ନେଇଥିଲେ ।

ଆସନ୍ତା ତା ୨୩/୦୯/୨୦୧୧ ଦିନ ପୂର୍ଣ୍ଣାହୁତି ହେବ । ଏହି ଉତ୍ସବ ବିଷମକଟକ ଏବଂ ଆଖପାଖ ଗ୍ରାମ ରୁ ବହୁ ଭକ୍ତ ଯୋଗ ଦେଇଥିଲେ । ବିଷମକଟକ ର ବାତାବରଣ ଉତ୍ସବ ମୁଖର ହୋଇଥିବା ବେଳେ ଆଧ୍ୟାତ୍ମିକ ବିଚାର ପବିତ୍ରତା ପ୍ରଦାନ କରୁଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।