ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ ନେଇ କଂଗ୍ରେସ ର ତୀବ୍ର ପ୍ରତିକ୍ରିୟା

0
194

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୧/୦୯) : ଆଗାମୀ ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ରହିଛି । ତେବେ ଟିଟିଲାଗଡ଼ର ସବୁଠାରୁ ପୁରଣା ଦାବୀ ” ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା” ବର୍ତ୍ତମାନ ସକ୍ରିୟ ହୋଇଛି । ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବୀ ନେଇ ବିଭିନ୍ନ ସଂଗଠନ ଦ୍ୱାରା ଦାବୀ ହୋଇଆସୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଗସ୍ତକୁ ବିରୋଧ କରି ଆଜି ଜିଲ୍ଲା ମାନ୍ୟତା ଦାବୀ ସହିତ ସ୍ୱାସ୍ଥ୍ୟ ବିଭାଗର ଅନେକ ସମସ୍ୟା, ଶିକ୍ଷା ବିଭାଗକୁ ସୁଦୃଢ଼ କରିବାକୁ ନେଇ ଟିଟିଲାଗଡ଼ କଂଗ୍ରେସ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ପ୍ରେସ ମିଟ ଆୟୋଜିତ କରାଯାଇଥିଲା । ବ୍ଲକ ସଭାପତି ବିକାଶ ପାଣିଗ୍ରାହୀଙ୍କ ସଭପତିତ୍ୱରେ ଆୟୋଜିତ ଏହି ପ୍ରେସମିଟରେ ଟିଟିଲାଗଡ଼ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କ ଉପସ୍ଥିତରେ ଅନେକ କଂଗ୍ରେସ ନେତା ଯୋଗଦେଇଥିଲେ ।

ପୂର୍ବତନ ମନ୍ତ୍ରୀ ଶ୍ରୀ ଭୋଇ ଅଭିଯୋଗ କରି କହିଥିଲେ ଯେ, ଦଳ ଏହି ଗସ୍ତକୁ ବିରୋଧ କରୁଛି ଯେହୁତୁ କଂଗ୍ରେସ ଦଳ ବିଭିନ୍ନ ସମୟରେ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀ କରି ବିଧାନସଭାରେ ଉଠେଇସାରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ବାସୀଙ୍କ ଦାବୀକୁ ସବୁ ସମୟରେ ବେଖାତିର କରି ଆସୁଛନ୍ତି, ତା’ ସହିତ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାକୁ ମଧ୍ୟ ବିରୋଧ କରି କହିଛନ୍ତି ଯେ, ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଆଉ ସମ୍ପୂର୍ଣ୍ଣ ସୁବିଧା ନ ରହିବା ଯୋଗୁଁ ଲୋକଙ୍କୁ ବେସରକାରୀ ହସ୍ପିଟାଲ ପଠାଇବାକୁ ଯୋଜନା କରିଛି ଏ ସରକାର ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଭାଷଣ ମାରି ନିର୍ବାଚନ ସରିବା ପରେ ଚୁପ ରହିଲେ କାହିିଁକି ବୋଲି ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି,ସେହିପରି ଟିଟିଲାଗଡ଼ ରେ ସରକାରୀ ଓ ବେସରକାରୀ ବସଷ୍ଟାଣ୍ଡ ଟିଏ ନ ଥିବାରୁ ରାସ୍ତା ରେ ଯାତ୍ରୀ ହଟହଟା ହେବା ସହ ସରକାରୀ ବସ ଚଳାଚଳ ବ୍ୟବସ୍ଥା ନାହିଁ ବୋଲି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସ୍ଥାନୀୟ ଡି.ଏ.ଭି. କଲେଜକୁ ୟୁ.ଜି.ସି. ଗ୍ରାଣ୍ଡରେ ଅନ୍ତର୍ଭୁକ୍ତ କରାଯାଉ, ସଇଁନ୍ତଲା ପଂଚାୟତ ସମିତି କଲେଜରେ ଶିକ୍ଷକ ପୁରଣ କରାଯାଉ, ତୁଷୁରାରେ ସରକାରୀ ମହିଳା ମହାବିଦ୍ୟାଳୟ ଖୋଲାଯାଉ, ସଇଁନ୍ତଲାକୁ ଏନ୍‌ଏସି ଦାବୀ ସହିତ ବିଭିନ୍ନ ଦାବୀ ରଖି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି ।

ଏହି ପ୍ରେସମିଟରେ ପି.ସି.ସି. ସଦସ୍ୟ ଡମ୍ବରୁଧର ଛତ୍ରିଆ, ପୂର୍ବତନ ବ୍ଲକ ସଭାପତି ଝସକେତନ ଛତ୍ତର, ଜିଲ୍ଲା ସେବାଦଲ ପ୍ରମୁଖ ଦେବାନନ୍ଦ ସାହୁ, ପୂର୍ବତନ ଜିଲ୍ଲା ଉପସଭାପତି ତୁଳସୀ ସାହୁ, ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ବିରେନ୍ଦ୍ର ବାଗ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଯୁବ ନେତା ଅଭିଷେକ ପଟ୍ଟନାୟକ, ପୂର୍ବତନ କାଉନସିଲର କୃଷ୍ଣଚନ୍ଦ୍ର ସରାଫ, ବରିଷ୍ଠ କଂଗ୍ରେସ ନେତା ଅଭୟ ସାହୁ, ଯୁବ ନେତା ସୁରଜ ବେହେରା, ସହିତ ବହୁ କଂଗ୍ରେସ ନେତା ଆଉ କର୍ମୀ ଯୋଗଦେଇଥିଲେ ।