Friday, October 22, 2021
Homeଅସାମାଜିକ ଅପରାଧବାଉଁଶ ଗଛ ରକ୍ଷଣା ବେକ୍ଷଣରେ ବ୍ୟାପକ ଦୁର୍ନିତୀ : ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ

ବାଉଁଶ ଗଛ ରକ୍ଷଣା ବେକ୍ଷଣରେ ବ୍ୟାପକ ଦୁର୍ନିତୀ : ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୨୧/୯) : ରାୟଗଡା ଡିଭିଜନ କଲ୍ୟାଣସିଂହପୁର ରେଞ୍ଜ ରେ ବାଉଁଶ ଗଛ ରକ୍ଷଣା ବେକ୍ଷଣ ରେ ବ୍ୟାପକ ଦୁର୍ନୀତି ଓ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।

ଉକ୍ତ ରେଞ୍ଜରେ ପୁର୍ବରୁ ଥିବା ବନପାଳ ନରେଶ ପଟ୍ଟନାୟଙ୍କ ସମୟରେ ନାରିଙ୍ଗତୋଳା ବିଟରେ ୨୦୨୦/୨୧ ଆର୍ଥିକ ବର୍ଷରେ ନାରିଙ୍ଗତୋଳା ନିକଟ ପାହାଡ ଉପରେ ପ୍ରାୟ ୪ଶହ ହେକ୍ଟରେ ପୁରୁଣା ବାଉଁଶ ଗଛ ରକ୍ଷଣା ବେକ୍ଷଣ କରିବା ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି ।

ସରକାରଙ୍କ ନିୟମ ଅନୁଯାୟୀ ହେକ୍ଟର ପିଛା ୨୫ ଟି ବୁଦା ବା କ୍ଲାମ୍ପ କରିବାର ନିୟମ ରହିଥିବା ବେଳ ଏହି ୪ ଶହ ହେକ୍ହରରେ ପ୍ରାୟ ୧୦ରୁ୧୫ ହଜାରଟି ବୁଦା ବା କ୍ଲାମ୍ପ କରିବା କଥା । ପ୍ରତ୍ୟେକ ବୁଦାକୁ ନମ୍ବର କରି ଜିପିଏସ ରିଡିଙ୍ଗ କରି ସରକାରଙ୍କୁ ତଥ୍ୟ ଦେବାର ନିୟମ ରହିଥିବା ବେଳେ ପ୍ରାୟ ୫ ଶହରୁ ୬ ଶହ ବୁଦା ବା କ୍ଲାମ୍ପ କରି ବାକି କାମ ନକରି ଖାଲି ବାଉଁଶ ଗଛ ମାନଙ୍କରେ ନମ୍ବର କରି ଜିପିଏସ ରିଡିଙ୍ଗ କାଡି ସରକାରଙ୍କୁ ତଥ୍ୟଦେଇ ବାକି କାମ ନକରି ଲକ୍ଷ୍ୟାଧିକ ଟଙ୍କା ହଡପ କରିଥିବା ନଜରକୁ ଆସିଛି ।

ସରକାରଙ୍କ ନିୟମ ରହିଛିଯେ ପୁରୁଣା ବାଉଁଶଗଛ ରକ୍ଷଣା ବେକ୍ଷଣ କରିବାକୁ ହେଲେ ଯେଉଁ ପୁରୁଣା ବାଉଁଶ ଗଛ ରହିଛି ସେହି ପାଖରେ ଥିବା ଲଟାକୁଟା ଗୁଡିକୁ ସଫାକରି ସେହି ବାଉଁଶ ଗଛର ବୁଦା ଚାରିପଟେ ପଥର ଓ ମାଟି ପକାଇ ବା ନିୟମ ରହିଥିବା ବେଳ ଯଦି କୌଣସି ଯାଗାରେ ପଥରର ଅଭାବ ଥିବ ସେହି ଜାଗାରେ ଗଛ ଚାରିପଟେ ବାଡ ପକାଇ ବୁଦାମୁଳେ ମାଟି ପକାଇବା ପାଇଁ ନିୟମ ରହିଛି ।

ଏହି କାମ କରିବା ପାଇଁ ଗୋଟିଏ ଶ୍ରମିକକୁ ଦିନକୁ ୩ ଶହ ଆଠ ଟଙ୍କା ଦୈନିକ ମଜୁରି ଦିଆଯିବା ପାଇଁ ଧାର୍ଯ୍ୟ ରହିଛି । ନାରିଙ୍ଗତୋଳା ବିଟଟି ନିୟମଗିରି ଅଞ୍ଚଳରେ ରହିଥିବା ବେଳେ ଏହି ବାଉଁଶ ଗଛର ରକ୍ଷଣା ବେକ୍ଷଣ ସମୟରେ ଖାଲି ନାରିଙ୍ଗତୋଳା ଗାଁର ମହିଳା ପୁରୁଷ ଶ୍ରମିକ ମାନେ କାମ କରିଛନ୍ତି । ପ୍ରଥମେ ପ୍ରତିଦିନ ୨୫ ରୁ ୩୦ଜଣ ଶ୍ରମିକ ୧୦ ରୁ ୧୨ ଦିନ କାମ କରିଥିବା ବେଳେ କାମଟି ବନ୍ଦକରି ପୁଣି ଏକ ସପ୍ତାହ କାମକରି ବନ୍ଦ କରି ଦେଇଥିବା କାମ କରୁଥିବା ଶ୍ରମିକମାନେ କହିଛନ୍ତି ।

ସରକାରଙ୍କ ନିୟମ ଅନୁଯାୟୀ ଏଥିରେ କାମ କରୁଥିବା ଶ୍ରମିକ ମାନଙ୍କ ନିଜନିଜର ବ୍ୟାଙ୍କ ପାସବୁକରେ ଟଙ୍କା ଚଢାଇବାକୁ ନିୟମ ରହି ଥିବା ବେଳେ କାର୍ଯ୍ୟରତ ବନପାଳ ସରକାରଙ୍କ ନିୟମ ଅନୁଯାୟୀ ନ କରି ନିଜସ୍ବ ଇଚ୍ଛାରେ ସମସ୍ତ ଶ୍ରମିକଙ୍କ ଟଙ୍କାକୁ ନାରିଙ୍ଗତୋଳା ଗାଁର ଦୁଇଜଣ ଓ ବରିଗୁଡା ଗାଁର ଦୁଇଜଣଙ୍କ ବ୍ୟାଙ୍କ ପାସବୁକରେ ଟଙ୍କା ଜମାକରିବା ପରେ ସେମାନଙ୍କ ପାସ ବୁକରୁ ଟଙ୍କା ଉଠାଇଆଣି । କାମ କରୁଥିବା ଶ୍ରମିକ ମାନଙ୍କୁ ମଜୁରୀ ଦେଉଥିଲେ ।

ଏହି କାମ କରୁଥିବା ଶ୍ରମିକ ମାନଙ୍କୁ ଦିନକୁ ୩୦୮ ଟଙ୍କା ଦେବାର ନିୟମ ରହିଥିବା ବେଳ ସେମାନଙ୍କୁ ୩୦୦ ଟଙ୍କା ଦେଇ ବାକି ୮ଟଙ୍କା ନିଜ ପକେଟକୁ ନେଉଥିଲେ । କଷ୍ଚ କରି ଖରା ତରାରେ ଝାଳ ନାଳ ହୋଇ ଜଙ୍ଗଲରେ କାମ କରୁଥିବା ଶ୍ରମିକ ମାନଙ୍କ ଟଙ୍କାକୁ ବି ଖାଇବାକୁ ପଛାଇ ନଥିଲେ । ଏଠାରେ ପ୍ରଶ୍ନ ଉଠୁଛିଯେ କାମ କରୁଥିବା ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ନଛାଡି ଅନ୍ୟ ମାନଙ୍କ ବ୍ୟାଙ୍କ ଖାତାକୁ କାହିଁକି ଟଙ୍କା ଛାଡୁଥିଲେ । ଅଧିକ୍ଷରୀଙ୍କ ଏ ପରି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଏକ ହେକ୍ଟରେ ପୁରୁଣା ବାଉଁଶ ଗଛର ରକ୍ଷଣା ବେକ୍ଷଣ କରିବାକୁ ୨୫ଟି ବୁଦା ବା କ୍ଲାମ୍ପ କରି ୪ ଶହ ହେକ୍ହର ରେ ପ୍ରାୟ୧୦ ରୁ ୧୨ ହଜାରଟି ବୁଦା ବା କ୍ଲାମ୍ପ କରିବାକୁ ଆସିଥିବା ଟଙ୍କା କୁ ସଠିକରେ ଖର୍ଚ୍ଚ ନକରି ୫ ଶହରୁ ୬ ଶହ ବୁଦା ବା କ୍ଲାମ୍ପ କରି ୪ ହେକ୍ଟର କାମ କରିଥିବା ଭଳି ଗଛ ଗୁଡିକରେ ନମ୍ବର କରିବାସହ ଜିପିଏସ ରିଡିଙ୍ଗ କରି ବାକି ଟଙ୍କା ହଡପ କରିଥିବା ନଜରକୁ ଆସିଛି ।

ଦେଖାଣିଆ ଭାବେ ରାସ୍ତା ନିକଟରେ ଥିବା ପାହାଡ ଉପରେ ପ୍ରାୟ କିଛି ବାଉଁଶ ଗଛର ବୁଦାରେ ପଥର ପେକିଙ୍ଗ୍ କରି ଉପରିସ୍ଥିତ ଅଧିକାରୀଙ୍କ ନଜରକୁ ନେଇ ଆଖିରେ ଧୂଳିମାରି ସମସ୍ତ ଟଙ୍କା ହଡପ ହୋଇଛି । ନା ଏଥିରେ ଆଉ କାହାର ହାତ ରହିଛି ତାହା ପ୍ରକୃତ ତଦନ୍ତ କଲେ ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହୋଇଛି । ଉଲ୍ଲଖ ଥାଉକି ପୁର୍ବରୁ ଥିବା କର୍ଯ୍ୟରତ ବନପାଳ ନରେଶ ପଟ୍ଟନାୟକ ଚଳିତ ବର୍ଷ ଜୁନ ୩୦ ତାରିଖରେ ନିଜ ସରକାରୀ ଚାକିରିରୁ ଅବସର ହେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments