Friday, October 22, 2021
Homeଜିଲ୍ଲା ଖବର୪ ମାସ ତଳର ଶୁଖିଲା କଦଳୀ ଗଛ ର ମଝିରୁ ବାହାରିଲା କଦଳୀ କାନ୍ଦି

୪ ମାସ ତଳର ଶୁଖିଲା କଦଳୀ ଗଛ ର ମଝିରୁ ବାହାରିଲା କଦଳୀ କାନ୍ଦି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୧/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲି ସୂତା ଗ୍ରାମର ମହିମା ଆଶ୍ରମ ରେ ଆଜି ଏକ ବିଚିତ୍ର ଆଶ୍ଚର୍ଯ୍ୟ ଜଣକ ଘଟଣା ଦେଖିବାକୁ ମିଳିଛି | ୪ ମାସ ତଳର ଶୁଖିଲା କଦଳୀ ଗଛ ର ମଝିରୁ ଏକ କଦଳୀ କାନ୍ଦି ବାହାରିଛି |

ଗ୍ରାମରେ ୧୦ ବର୍ଷ ପୁର୍ବରୁ ଅଲେଖ ଧର୍ମ ପ୍ରଚାର ଓ ପ୍ରସାର ପାଇଁ ମଠା ଧିଶ ନିରଞ୍ଜନ ଦାସ ତିଆରି କରିଥିଲେ ଏକ ମଠ | ଆଜି ପର୍ଯ୍ୟନ୍ତ ଏହାର ରକ୍ଷଣl ବେକ୍ଷଣ ମଠlଧୀଶ ନିରଞ୍ଜନ ଦାସ ଓ ତାଙ୍କ ଶିଷ୍ୟ ମାନଙ୍କ ସମେତ କୋଇଲିସୂତା ଗ୍ରାମବାସୀ କରିଆସୁଛନ୍ତି | ଆଜି ଏଭଳି ଏକ ବିଚିତ୍ର ଆଶ୍ଚର୍ଯ୍ୟ ଜଣକ ଘଟଣା ଦେଖିବାକୁ ମିଳିଛି | ୪ ମାସ ତଳର ଶୁଖିଲା କଦଳୀ ଗଛ ର ମଝିରୁ ଏକ କଦଳୀ କାନ୍ଦି ବାହାରିଛି |

ମଠlଧୀଶ ଓ ଗ୍ରାମଲୋକ ଙ୍କ ସୂଚନା ନୁଯାଇ ଏହି ଆଶ୍ରମ ର ରୋଷେଇ ଘର ସମ୍ନା ରେ ଏକ କଦଳୀ ଗଛରେ ୪ ମାସ ପୂର୍ବରୁ କଦଳୀ ଫଳିଥିଲା ଓ କାଦଳୀ କୁ କାଟିସାରିଲା ପରେ ଗଛ ଟିକୁ ମଧ୍ୟ କାଟି ଫିଙ୍ଗି ଦିଆଯାଇଥିଲା | ଗଛ ଟି ଦୀର୍ଘ ୪ ମାସ ଧରି ବାହାରେ ଶୁଖି ପଡିରହିଥିବା | ଏହି ଶୁଖି ରହିଥିବା ଗଛରେ ମଝିରୁ ଏଵେ ବିନା ପତ୍ରରେ କାଦଳୀ କାନ୍ଧି ବାହାରିଛି | ଏହାକୁ ଦେଖିବାପାଇଁ ଲୋକ ରୁଣ୍ଡ ହେଉଛନ୍ତି | ଥରେ କଦଳୀ ଗଛରେ ଫଳ ଆସିଲେ ଦ୍ୱିତୀୟ ଥର ଆସେନି କିନ୍ତୁ ଏହା କେମିତି ସମ୍ଭବ ଦୁଇ ଥର ଫଳ ଆସିବା |

ଏହି ଘଟଣା ଟି ଏଵେ ଚହଳ ପକାଇଛି ମହିମା ଧର୍ମl ବଳମ୍ବି ଭକ୍ତ ଓ ଗ୍ରାମବାସୀ ଏବଂ ମଠା ଧିଶ ଙ୍କୁ ସତରେ ଶୁଖିଲା ଗଛରେ ଫଳ ଆସିବା, ଏବଂ କଦଳୀ ଗଛରେ ଦୁଇଥର ବିନା ପାତ୍ର ରେ ମଝିରୁ ଫଳ ହେବା ସମସ୍ତ ଙ୍କ ମନରେ ଏକ ଆଲୋଡନ ସୃଷ୍ଟି କରିଛି |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments