କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ ପୋଲିସ ଡିଜିପିଙ୍କ ଦ୍ୱାରା ପୁରସ୍କୃତ ଏଏସଆଇ କିଶୋର ଚନ୍ଦ୍ର ବେହେରା

0
342

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୨/୦୯) : ଗତ ୨୪/୦୮/୨୦୨୧ ତାରିଖଟି ଥିଲା ରାୟଗଡା ପୋଲିସରେ କାର୍ଯ୍ୟରତ ଶ୍ରୀଯୁକ୍ତ କିଶୋରଚନ୍ଦ୍ର ବେହେରାଙ୍କ ପାଇଁ ଏକ ଗୌରବର ଦିନ l କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ ପୋଲିସ ଡିଜିପିଙ୍କ ଦ୍ୱାରା ପୁରସ୍କୃତ ଏଏସଆଇ କିଶୋର ଚନ୍ଦ୍ର ବେହେରା |dc048dab 6943 46b3 8474 eda0f10fc4c9 କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ ପୋଲିସ ଡିଜିପିଙ୍କ ଦ୍ୱାରା ପୁରସ୍କୃତ ଏଏସଆଇ କିଶୋର ଚନ୍ଦ୍ର ବେହେରା

ଏ ଏସ ଆଇ କିଶୋର ଚନ୍ଦ୍ର ବେହେରା ଜଣେ ସଚ୍ଚୋଟ କର୍ତ୍ତବ୍ୟନିଷ୍ଠ ତଥା ନିଜ ଡ୍ୟୁଟି ପ୍ରତି ସମ୍ପୂର୍ଣ ସମର୍ପିତ, ପୋଲିସ ଅଫିସର ଏବଂ ପୋଲିସ ପଦବୀ ମଣ୍ଡନ କରିବା ଦିନଠାରୁ ୨୦୨୦ ପର୍ଯ୍ୟନ୍ତ ସର୍ବାଧିକ କେସ ର ତଦନ୍ତ ତଥା ସମାଧାନ କରିଥିବା ଓ କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତା ହେତୁ ଶ୍ରୀଯୁକ୍ତ ବେହେରା ପୋଲିସ ବିଭାଗୀୟ ସର୍ବୋଚ୍ଚ ଡିଜିପିଙ୍କ ଠାରୁ ଏକ ମାନପତ୍ର ପ୍ରାପ୍ତ କରିଛନ୍ତି l ଏହା ରାୟଗଡା ପୋଲିସ ବିଭାଗ ପାଇଁ ଗୌରବର କଥା l ଜଣେ ପୋଲିସ ଅଫିସର କର୍ତ୍ତବ୍ୟପରାୟଣ ହୋଇ ସୁଚାରୁରୂପେ ନିଜ କର୍ତ୍ତବ୍ୟ ନିର୍ବାହ କରିବା କିଛି ସାଧାରଣ କଥା ନୁହେଁ l

ଏଥିପାଇଁ ସେମାନଙ୍କୁ ବହୁତ କିଛି ତ୍ୟାଗ କରିବାକୁ ମଧ୍ୟ ପଡିଥାଏ l ସେହିପରି ପୋଲିସ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୨୦୨୦ ପର୍ଯ୍ୟନ୍ତ ସେ ବହୁତ ଗୁଡିଏ କେସ ର ପର୍ଦାଫାଶ କରିପାରିଥିଲେ l ସେଥିପାଇଁ ବିଭାଗୀୟ ଡିଜିପି ଙ୍କ ଠାରୁ ସର୍ବୋଚ୍ଚ ସଂମ୍ମାନିୟ ମାନପତ୍ର ପ୍ରାପ୍ତ କରିଛନ୍ତି l ଡିଜିପି ଙ୍କ ଦ୍ଵାରା ପାଇଥିବା ମାନପତ୍ରଟି ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ପ୍ରଦାନ କରିଛନ୍ତି।