ମାଉଲି ମାଁ ମନ୍ଦିର ପ୍ରାଙ୍ଗଣରେ ଦଶହରା ଉପଲକ୍ଷେ ପ୍ରସ୍ତୁତି ବୈଠକ

0
259

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋଟପାଡ,(୨୨/୦୯) : କୋଟପାଡ ତହସିଲଦାର ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଅଧ୍ୟକ୍ଷତାରେ ଦଶହରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଟପାଡ ମାଁ କନକମଣି ମାଉଲି ମାଁ ମନ୍ଦିର ପ୍ରାଙ୍ଗଣରେ ଗତକାଲି ଅପରାହ୍ନରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀ ଗତ ବର୍ଷର ଆୟ ବ୍ୟୟ ବିବରଣୀ ପାଠ କରିଥିଲେ ।55b121d1 153f 47db 9df4 e92dc8b98276 ମାଉଲି ମାଁ ମନ୍ଦିର ପ୍ରାଙ୍ଗଣରେ ଦଶହରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ମାଉଲି ମାଁ ମନ୍ଦିର ପ୍ରାଙ୍ଗଣରେ ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବରେ ଗଣେଶ ପଣ୍ଡା,ସମ୍ପାଦକ ଭାବରେ ବିନାୟକ ଆଚାର୍ଯ୍ୟ,କୋଷାଧ୍ୟକ୍ଷ ଭାବରେ ସୁନୀଲ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ,ଦେବୋତ୍ତର କମିଟିର ସଦସ୍ୟ ଶ୍ରୀ ହରିଶ କୁମାର ପଟ୍ଟନାୟକ,ଟଙ୍କଧର ନାୟକ,ମଣି ପଟ୍ଟନାୟକ,ମନୋହର ବିଷୋଇ,ସୁଧୀର ମହାନ୍ତି,କାଳୀକୃଷ୍ଣ ହୋତା,ପଙ୍କଜ ପାତ୍ର,ରାମେଶ୍ବର ଜେନା,ନରେନ୍ଦ୍ର ସ୍ବାଇଁ,ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ସମେତ ଦେବୋତ୍ତର କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହି ସୁରୁଖୁରୁରେ ଚଳିତ ବର୍ଷ ଦଶହରା ପୂଜା ସମ୍ପନ୍ନ ପାଇଁ ଆଲୋଚନା କରିଥିଲେ ।

ତହସିଲଦାର ଶ୍ରୀ ଦଳେଇ କୋଭିଡ ମାର୍ଗଦର୍ଶିକା ମାନିବାକୁ ପରାମର୍ଶ ଦେଇଥିବା ବେଳେ ପୁଲିସର ଆନ୍ତରିକ ସହଯୋଗ ଅଭାବ ପରିଲକ୍ଷିତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ୍ ମୁତୟନର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା ।